Monday , December 9 2019
Home / ସ୍ୱାସ୍ଥ୍ୟ / ଉତ୍କଳ କେମେଷ୍ଟି ଓ ଡ୍ରଗିଷ୍ଟ ଆସୋସିଏସନର ୫୦ତମ ସାଧାରଣ ବାର୍ଷିକ ଅଧିବେଶନ

ଉତ୍କଳ କେମେଷ୍ଟି ଓ ଡ୍ରଗିଷ୍ଟ ଆସୋସିଏସନର ୫୦ତମ ସାଧାରଣ ବାର୍ଷିକ ଅଧିବେଶନ

ଭୁବନେଶ୍ୱର ,୧୮/୧୧/୨୦୧୯(ଓଡ଼ିଶା ସମାଚାର)- କିଟ୍ ଅଡ଼ିଟୋରିୟମରେ ଉତ୍କଳ କେମେଷ୍ଟି ଓ ଡ୍ରଗିଷ୍ଟ ଆସୋସିଏସନର ୫୦ତମ ସାଧାରଣ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ଅଧିବେଶନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦୦ ସଭ୍ୟ ଉପସ୍ଥିତ ଥିଲେ । ଏହି ସଭାକୁ ଉତ୍କଳ କେମେଷ୍ଟି ଓ ଡ୍ରଗିଷ୍ଟ ଆସୋସିଏସନର ସଭାପତି ପି. ସତ୍ୟନାରାୟଣ ସମସ୍ତ ସଭ୍ୟଙ୍କୁ ଆମନ୍ତ୍ରିତ କରିବା ସହିତ ସଭା ପରିଚାଳନା କରିଥିଲେ ।
ସର୍ବଭାରତୀୟ ସଂଘ ଏଆଇଓସିଡ଼ିର ସଭାପତି ଶ୍ରୀ ଜେ.ଏସ୍. ସିନେ୍ଧ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଜିର ପରିସ୍ଥିତିରେ ଇ-ଫାର୍ମାସୀ, ଅନଲାଇନ୍ ରେ ଔଷଧ ବିକ୍ରିକୁ ବିରୋଧ କରି ଏହାର ଅପକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଭି. ଜଗୁଷ୍ଠେ, ଯୁଗ୍ମ ସମ୍ପାଦକ ଏଆଇଓସିଡ଼ି ପଶ୍ଚିମାଂଚଳ ଜିଏସଟି, ଏକ୍ସପାୟାରୀ, ରିଟର୍ଣ୍ଣ ମେଡ଼ିସିନ୍ ବିଷୟରେ ଆଲୋକପାତ କରି ଆଜି ଔଷଧ ବ୍ୟବସାୟ ଓ ଏହାର ସଙ୍କଟାବସ୍ଥା ଉପରେ ବିବୃତି ରଖିଥିଲେ । ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ମହାପାତ୍ର ଔଷଧ ବ୍ୟବସାୟରେ ଓଡ଼ିଶାରେ ୨୦ ହଜାର ପରିବାର ଜଡ଼ିତ ଥିବାବେଳେ ପରିସ୍ଥିତିକୁ ତଳକୁ ଯିବାକୁ ଦିଆଯିବ ନାହିଁ । ଆବଶ୍ୟକସ୍ଥଳେ ଆନ୍ଦୋଳନ ମାଧ୍ୟମରେ କଡ଼ା ଜବାବ ଦିଆଯିବ ବୋଲି ବକ୍ତବ୍ୟ ରଖି ସଭ୍ୟମାନଙ୍କୁ ଏକଜୁଟ ହେବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ଖୋର୍ଦ୍ଧା ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବନଜ ମହାପାତ୍ର ମଂଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଛାତ୍ର,ଛାତ୍ରୀଙ୍କୁ ଜାପାନୀଜ ଏନସେଫାଲାଇଟିଜ  ଟିକାଦାନ

ରଘୁନାଥପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ତଅଁରା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମର ଜୟପ୍ରକାଶ ଶିକ୍ଷା ନିକେତନରେ ଛାତ୍ର,ଛାତ୍ରୀ ମାନଙ୍କୁ ଜାପାନୀଜ ଏନସେଫାଲାଇଟିଜ  …

Leave a Reply

Your email address will not be published. Required fields are marked *