Thursday , November 14 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଏକ ଇ-ବାଇକ୍ ବିକ୍ରୟ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ଯୋଗଦେଇ ଏହି କେନ୍ଦ୍ରକୁ ଉଦଘାଟିତ କରିଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରମାକାନ୍ତ ପାଣି, ସାମ୍ବାଦିକ ନବଘନ ନାୟକ,ଧିରେନ କୁମାର ମିଶ୍ର, ତପନ କୁମାର ସାହୁ,ରାମକୃଷ୍ଣ କର ପ୍ରମୁଖ ଯୋଗ ଦେଇଥିଲେ । ଏହି କେନ୍ଦ୍ରରେ ଗ୍ରାହକ ମାନଙ୍କୁ ବ୍ୟାଟେରୀ ଚାଳିତ ସ୍କୁଟର ଓ ବାଇକ୍ ସୁଲଭ ମୂଲ୍ୟରେ  ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବା ବିକ୍ରୟ କେନ୍ଦ୍ର ର ପରିଚାଳକ  କୁମାର ପାଣି ସୂଚନା ଦେଇଛନ୍ତି । ପ୍ରଦ୍ୟୁଷଣକୁ ରୋକିବା ପାଇଁ ସରକାର ଇ- ବାଇକ୍ ଉପରେ ଗୁରୁତ୍ୱାରୋପ କରୁଥିବାରୁ ଏହି ବାଇକ୍ କ୍ରୟ ପ୍ରତି ସାଧାରଣରେ ଆଗ୍ରହ ପ୍ରକାଶ ପାଉଥିବା ଦେଖାଯାଉଛି । ଓଡ଼ିଶା ସମାଚାର

About admin

Check Also

ଓଟିଏମ୍ ବନ୍ଦ ହେବା ପରେ ଦୁର୍ଦ୍ଦିନରେ ବସନ୍ତ ବେହେରାଙ୍କ ପରିବାର

ନିଶ୍ଚିନ୍ତକୋଇଲି ,୦୩/୧୧/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ୍ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମର ବସନ୍ତ କୁମାର …

Leave a Reply

Your email address will not be published. Required fields are marked *