Thursday , September 19 2019
Breaking News
Home / ନିର୍ବାଚନ / ଇଭିଏମ ବଦଳାଯିବା ଅଭିଯୋଗ ପରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା  ରାଜନୈତିକ ଦଳର ପ୍ରତିନିଧିଙ୍କୁ ଷ୍ଟ୍ରଙ୍ଗରୁମର ସୁରକ୍ଷା ବୁଲାଇ ଦେଖାଗଲା

ଇଭିଏମ ବଦଳାଯିବା ଅଭିଯୋଗ ପରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା  ରାଜନୈତିକ ଦଳର ପ୍ରତିନିଧିଙ୍କୁ ଷ୍ଟ୍ରଙ୍ଗରୁମର ସୁରକ୍ଷା ବୁଲାଇ ଦେଖାଗଲା

କେନ୍ଦ୍ରାପଡା ୨୨/୦୭/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳିର ୨୯୪ନମ୍ବର ବୁଥର ଇଭିଏମ ମେସିନ ବିନା ସିଲରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମକୁ ଆସିଥିବାରୁ ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇବା ସହ ପାଟିତୁଣ୍ଡ ହୋଇଥିଲା । ରବିବାର  ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମାଙ୍କ ପକ୍ଷରୁ ପାଟକୁରା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଇଭିଏମ ରଖାଯାଇଥିବା ଷ୍ଟ୍ରଙ୍ଗରୁମର ସୁରକ୍ଷା ସମ୍ପର୍କରେ ବୁଲାଇ ଦେଖାଇଥିଲେ । ଏତଦବ୍ୟତିତ ଷ୍ଟ୍ରଙ୍ଗରୁମ ସୁରକ୍ଷା ସଂକ୍ରାନ୍ତରେ ସେମାନଙ୍କ ସହ ଆଲୋଚନା କରିବା ସହିତ  ସିସି ଟିଭି ସର୍ଭେଲାନ୍ସରେ କିଭଳି ଷ୍ଟ୍ରଙ୍ଗରୁମକୁ ରଖାଯାଇଛି ସେସବୁ ମଧ୍ୟ ଦେଖାଇଥିଲେ ।  ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର, ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ, କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମଧ୍ୟ ଇଭିଏମ ସୁରକ୍ଷା ସଂପର୍କୀତ ସମସ୍ତ ସ୍ଥାନ ବୁଲି ଦେଖିଥିଲେ ।  ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବର୍ମାଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ତଥା ୯୬-ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ରିଟର୍ଣ୍ଣିଂ ଅଫିସର ଜ୍ୟୋତିଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *