Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଫକୋ ସାର ପରିବହନକୁ ନେଇ ଚାଲିଥିବା ଧାରଣା ପ୍ରତ୍ୟାହୃତ , ୧୪୪ ଧାରା ବଳବତର

ଇଫକୋ ସାର ପରିବହନକୁ ନେଇ ଚାଲିଥିବା ଧାରଣା ପ୍ରତ୍ୟାହୃତ , ୧୪୪ ଧାରା ବଳବତର

ପାରାଦ୍ୱୀପ ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଇଫକୋର ସାର ପରିବହନ ପାଇଁ ନିୟୋଜିତ ପାରାଦୀପ ପରିବହନ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ଗାଡିର ପ୍ରାୟ ୨୭୦ଜଣ  କର୍ମଚାରୀ ନିଜର ଦାବି ପାଇଁ ୧ତାରିଖରୁ ଆନ୍ଦୋଳନ ଜାରି ରଖିଥିଲେ । ଖବରରୁ ପ୍ରକାଶ ପ୍ରତ୍ୟେକ  ଦିନ ଇଫକୋ  କାରଖାନାର ଟ୍ରକ୍ ଦ୍ୱାରା  ରେଲୁୱେ ସାଇଡିଂ କୁ ସାର ବସ୍ତା ପରିବହନ କରାଯାଇଥାଏ । ପାରାଦ୍ୱୀପ ପରିବହନ ସଂସ୍ଥା ଏହି ପରିବହନ କାର୍ଯ୍ୟ କରୁଥିବା ବେଳେ ପ୍ରାୟ୫୦ଗାଡିର ୨୭୦ଜଣ କର୍ମଚାରୀ ବିନା ନୋଟିସରେ ବିଭିନ୍ନ ଅନୈତିକ ଦାବି ପାଇଁ ରେଲୁୱେ ସାଇଡିଂ ଠାରେ  ଧାରଣାରେ ବସିଥିଲେ ।  ତେବେ ଜିଲ୍ଳା ପ୍ରଶାସନ  ଉଦ୍ୟମ ଫଳରେ ଆଜି ଗାଡି କର୍ମଚାରୀମାନେ  ନିସର୍ତ ଭାବେ ସେମାନଙ୍କ  ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।  ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଇଫକୋ ପରିସରରେ ୧୪୪ ଧାରା ବଳବତର ରହିଛି ବୋଲି ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ରଙ୍କ ଠାରୁ ସୂଚନା ମିଳିଛି ।  ତେବେ ଇଫକୋର ପରିବହନ କାର୍ଯ୍ୟକୁ ହାତେଇବା ପାଇଁ ଏପରି ଡ୍ରାମାର ଷଡଯନ୍ତ୍ର କରାଯାଇଥିବା ର ଚର୍ଚ୍ଚା ହେଉଛି । ଯାହା ଫଳରେ ଇଫକୋ ପରି ଏକ ନାମକରା ସଂସ୍ଥାର କ୍ଷତି ହେଉଛି ବୋଲି କିଛି ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *