Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଫକୋରେ ୭୩ତମ ସ୍ୱାଧୀନତା ଦିବସ ପାଳିତ

ଇଫକୋରେ ୭୩ତମ ସ୍ୱାଧୀନତା ଦିବସ ପାଳିତ

ପାରାଦ୍ୱୀପ ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରତି ବର୍ଷ ଅଗଷ୍ଟ ୧୫ ତାରିଖ ଦେଶର ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏହି ଦିବସଟିକୁ ମହାଆଡମ୍ବର ଓ ଉତ୍ସାହ ସହକାରେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ୭୩ତମ ସ୍ୱାଧୀନତା ଦିବସ ପାରାଦ୍ୱୀପ ଇଫକୋ ଦ୍ୱାରା ମାହା ସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ପାରାଦ୍ୱୀପ ଇଫକୋ ୟୁନିଟି ମୁଖ୍ୟ କେ.ଜେ.ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଶ୍ରୀ ପଟେଲ ସମସ୍ତ କର୍ମଚାରୀଙ୍କୁ ଇଫକୋର ଅଭିବୃଦ୍ଧି ପାଇଁ ନିଜର ନିଷ୍ଠା, ପରାକାଷ୍ଠା ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଉତ୍ସାହିତ କରିଥିଲେ  ଏବଂ ସମାଜର କୃଷକ ବର୍ଗଙ୍କ ଉନ୍ନତି ପାଇଁ ଇଫକୋ ପ୍ରତିଶୃତି ବଦ୍ଧ ବୋଲି କହିଥିଲେ । ଏହା ପରେ ପ୍ୟାରେଡ୍ ଓ ଡ୍ରିଲ୍ରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଶେଷରେ ଇଫକୋ ଡିଜିଏମ୍ ( ପିଆଣ୍ଡଏ) ଏ.କେ.ମଲ୍ଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଡିଜିଏମ୍ (ଏଚ୍ଆର) ଜି.ସି. ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେହେରା ଏଥିରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *