Saturday , November 16 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଫକୋରେ ଭିଜିଲାନ୍ସ ସଚ୍ଚେତନତା କାର୍ଯ୍ୟକ୍ରମ

ଇଫକୋରେ ଭିଜିଲାନ୍ସ ସଚ୍ଚେତନତା କାର୍ଯ୍ୟକ୍ରମ

ପାରାଦ୍ୱୀପ,୦୨/୧୧/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ଇଫକୋ ପକ୍ଷରୁ ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖ ଦୁଇଦିନ ବ୍ୟାପି ଏକ ଭିଜିଲାନ୍ସ ସଚ୍ଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହାର ଉଦଘାଟନୀ ଦିବସରେ ପାରାଦ୍ୱୀପ ଇଫକୋ ମୁଖ୍ୟ କେ.ଜେ. ପଟେଲ ସାମୁହିକ ଶପଥ ପାଠ କରାଇବା ସହ ସମବେତ କର୍ମଚାରୀ ମାନଙ୍କୁ ଇଫକୋ ଅଧ୍ୟକ୍ଷଙ୍କ ବାର୍ତା ପାଠ କରିଥିଲେ । ନିଜ ବକ୍ତବ୍ୟରେ ପାରାଦ୍ୱୀପ ଶାଖା ମୁଖ୍ୟ ଶ୍ରୀ ପଟେଲ ସମସ୍ତଙ୍କୁ ଏକତାର ମୁଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଦୁଇଦିନ ବ୍ୟାପି କାର୍ଯ୍ୟକ୍ରମରେ ଇଫକୋ କର୍ମଚାରୀ, ଛାତ୍ରଛାତ୍ରୀ , ମହିଳା ଙ୍କ ମଧ୍ୟରେ ଭିଜିଲାନ୍ସ ସଚ୍ଚେତନତା ସମ୍ବନ୍ଧୀୟ ବକ୍ତୃତା , ରଚନା, ସ୍ଲୋଗାନ, ଡ୍ରଇଁ, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଦିବସରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ଜିଜିଏମ୍ (ପିଆଣ୍ଡ୍ଏ) ଏ.କେ.ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଭିଜିଲାନ୍ସ ଅଧିକାରୀ ଅଜୟ ବାଜପାୟୀ ଓ ଜନ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଓଟିଏମ୍ ବନ୍ଦ ହେବା ପରେ ଦୁର୍ଦ୍ଦିନରେ ବସନ୍ତ ବେହେରାଙ୍କ ପରିବାର

ନିଶ୍ଚିନ୍ତକୋଇଲି ,୦୩/୧୧/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ୍ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମର ବସନ୍ତ କୁମାର …

Leave a Reply

Your email address will not be published. Required fields are marked *