Friday , February 28 2020
Breaking News
Home / କ୍ରୀଡ଼ା / ଇନ୍ଦ୍ରାବତୀ+୨ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଇନ୍ଦ୍ରାବତୀ+୨ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

କଳାହାଣ୍ଡି ,୧୫/୦୧/୨୦୨୦ (ଓଡ଼ିଶା ସମାଚାର / ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ଜୟପାଟଣା ସ୍ଥିତ ଇନ୍ଦ୍ରାବତୀ +୨ ମହାବିଦ୍ୟାଳୟ ର ଦ୍ୱି ଦିନାତ୍ମକ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହର ସହ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଉଦଯାପିତ ହୋଇଯାଇଛି ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବ୍ୟୋମକେଶ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟିକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ପ୍ରେସ କ୍ଲବ ର ସଭାପତି ଅର୍ଜୁନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପ୍ରେସ କ୍ଲବ ଉପ ସଭାପତି ଯୁଧିଷ୍ଠିର ସୁନା, ନୟନ ରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏ ଅବସରରେ ଦୁଇ ଦିନ ବ୍ୟାପି କ୍ରୀଡ଼ା ପ୍ରତିଯୋଗିତା ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତୀ ଛାତ୍ର ଛାତ୍ରୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ସମେତ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା, ସୁରେଶ ଚନ୍ଦ୍ର ମୁଣ୍ଡ, ପିଇଟି ପ୍ରବିଣ କୁମାର ବେହେରା ପ୍ରମୁଖ ପୁରସ୍କୃତ କରିଥିଲେ। ଅଧ୍ୟାପକ ପ୍ରତାପ କୁମାର ଦାସ ,ଅତି ସୁନ୍ଦର ଭାବେ ମଂଚ ପରିଚାଳନା କରିଥିଲେ।କାର୍ୟ୍ୟମକ୍ରମ ରେ ପିଇଟି ଶିକ୍ଷକ ପ୍ରବିଣ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟାପକ କର୍ମଚାରୀ ମାନେ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନେ ସୁଲଲିତ କଣ୍ଠ ରେ ସଙ୍ଗିତ ଗାନ କରିଥିଲେ। ଓଡ଼ିଶା ସମାଚାର

About admin

Check Also

୯୦ ଟି ପ୍ରାଥମିକ ସ୍କୁଲରେ ନାହିଁ କଳାପଟା

ଭୁବନେଶ୍ୱର ,୨୭/୦୨/୨୦୨୦ (ଓଡ଼ିଶା ସମାଚାର)- ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ସହ ଭିତିିଭୂମି ସୁଦୃଢ କରିବାକୁ ସରକାର ନେଉଛନ୍ତି ବିଭିନ୍ନ …

Leave a Reply

Your email address will not be published. Required fields are marked *