Wednesday , November 20 2019
Breaking News
Home / ଶିକ୍ଷା / ଇଗ୍ନୋ ପକ୍ଷରୁ ଅଧିଗ୍ରହଣ ଉତ୍ସବ

ଇଗ୍ନୋ ପକ୍ଷରୁ ଅଧିଗ୍ରହଣ ଉତ୍ସବ

କୋରାପୁଟ, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ କୋଟ୍ସ ଇଗ୍ନୋ ପାଠ୍ୟକେନ୍ଦ୍ରରେ ନୂତନ ଛାତ୍ରଛାତ୍ରୀଙ୍କ ଅଧିଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଟ୍ସର ନିର୍ଦେଶକ ଡ. ଜଗବନ୍ଧୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲାପାଳ ଦେବେନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଗ୍ନୋ ପାଠ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଂକ୍ଷିପ୍ତ ସୂଚନା ଦେଇଥିଲେ । ଯେଉଁ ପାଠ୍ୟକ୍ରମ ମାଧ୍ୟମରେ ଗ୍ରାମାଂଚଳର ଶତାଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଅଧ୍ୟୟନର ସୁଯୋଗ ପାଇଥାନ୍ତି ବୋଲି ପ୍ରକାଶ କରିଥିଲେ । ଇଗ୍ନୋର ଉପନିର୍ଦେଶିକା ଡ. ଲତିକା ମିଶ୍ର, ଡ. ରବିନାରାୟଣ ମିଶ୍ର, ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଦାଧର ପରିଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ଅଧ୍ୟାପକ ଗୋପୀନାଥ ପ୍ରଧାନ କେନ୍ଦ୍ରର ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ରବି ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଡ. ନରେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଡ. କାର୍ତିକ ଚରଣ ଲେଙ୍କା, ଡ. ପ୍ରିତୀଧାରା ସାମଲ, ଡ. ନାରାୟଣ ପଣ୍ଡା, ଡ. ରଘୁନାଥ ସାହୁ, ଅବନୀ ମହାରଣା, ଲକ୍ଷ୍ମୀନାରାୟଣ ପାଢୀ, ପ୍ରସନ୍ନ କୁମାର ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଘାସିରାମ ବେହେରା, ସୁଶାନ୍ତ କୁମାର, ଏସ. ଇକବାଲ ହୁସେନ ଓ ଅଶୋକ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ତରାପୁର ଜାଗୁଳେଇ ବିଦ୍ୟାପୀଠ ପରିଦର୍ଶନ

କେନ୍ଦ୍ରାପଡ.୧୮/୧୧/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠକୁ ପରିଦର୍ଶନ କରି …

Leave a Reply

Your email address will not be published. Required fields are marked *