Tuesday , January 28 2020
Breaking News
Home / କ୍ରୀଡ଼ା / ଇଂଟରନ୍ୟାସନାଲ କରାଟେ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତି

ଇଂଟରନ୍ୟାସନାଲ କରାଟେ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତି

ବାଲେଶ୍ୱର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)- ଗୋଆରେ ହେବାକୁ ଥିବା ଇଂଟରନ୍ୟାସନାଲ ଇନଭାଇଟେସନ ସଟୋକାନ୍ କରାଟେ ଚମ୍ପିଅନସିପ ରେ ଅଂଶଗ୍ରହଣ ପାଇଁ ବାଲେଶ୍ୱର ଜିଲ୍ଲା ସଟୋକାନ୍ କରାଟେ ସେଂଟରର ଶିକ୍ଷାର୍ଥୀମାନଙ୍କ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଗୋଆର ପଞ୍ଜିମ୍ଠାରେ ଥିବା କେନ୍ଦଲ ଇଣ୍ଡୋର ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଏହି ଚମ୍ପିଅନସିପ୍ । ଏଥିରେ ବାଲେଶ୍ୱରରୁ ୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ ପାଇଁ ଆମନ୍ତ୍ରିତ ହୋଇଛନ୍ତି । ଏନେଇ କରାଟେ ସେଂଟର ପକ୍ଷରୁ ବିଗତ ୩ ମାସ ଧରି ପ୍ରଶିକ୍ଷକ ସେନ୍ସାଇ ବରଦା ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ଚାଲିଛି ଜୋରଦାର ପ୍ରଶିକ୍ଷଣ । ଏଥିରେ ଜୁନିୟର ଓ ସିନିୟର ଉଭୟ ବର୍ଗରେ ଆଦିତ୍ୟରାଜ ବିଶ୍ୱାଳ, କିଷନ କୁମାର ସାହୁ, ନିହାର ରଞ୍ଜନ ପ୍ରଧାନ, ଗୌରବ ଖିଲାର, ଜ୍ୟୋତିକୃଷ୍ଣ ଜେନା, ଶୁଭଙ୍କର ମହାପାତ୍ର, ତ୍ରିଶତ୍ ମାର୍ଦ୍ଧା, ପ୍ରଜ୍ଞାପାରମିତା ମହାନ୍ତି, ସୂର୍ଯ୍ୟବୀର ରଣା ପ୍ରମୁଖ ଶିକ୍ଷାର୍ଥୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । ଏହା ସହିତ ପ୍ରଶିକ୍ଷକ ବର୍ଗରେ ସେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ସେନସାଇ ଶ୍ରୀ ଦାସ ସୂଚନା ଦେଇଛନ୍ତି । ବିଗତ ଦିନରେ ଏକାଧିକ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବାଲେଶ୍ୱର ସଟୋକାନ୍ କରାଟେ ସେଂଟରର ଶିକ୍ଷାର୍ଥୀମାନେ ଆଶାତୀତ ସଫଳତା ହାସଲ କରିଥିବା ବେଳେ ଆସନ୍ତା ଆନ୍ତର୍ଜାତିକ ପ୍ରତିଯୋଗିତାରେ ବି ଏହି ସେଂଟରକୁ ସଫଳତା ମିଳିବ ବୋଲି ସେନସାଇ ଶ୍ରୀ ଦାସ ଆଶା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

୨ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡା, ୧୯/୦୧/୨୦୨୦ (ଓଡ଼ିଶା ସମାଚାର)-ଫକିରାବାଦର ଲକି ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ରବିବାର ସନ୍ଧ୍ୟାରେ …

Leave a Reply

Your email address will not be published. Required fields are marked *