Saturday , January 25 2020
Breaking News
Home / ତାଜା ଖବର / ଇଂଜିନିୟରିଂ ଛାତ୍ରୀ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁକୁ ନେଇ ଉତେଜନା : ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଇଂଜିନିୟରିଂ ଛାତ୍ରୀ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁକୁ ନେଇ ଉତେଜନା : ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ପାରାଦ୍ୱୀପ,୧୨/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ନିକଟସ୍ଥ ଚୂନ ଗ୍ରାମର ଇଂଜିନିୟରିଂ ଛାତ୍ରୀ ଶୁଭଲକ୍ଷ୍ମୀ ଓଝା (ମାମାଲି ) (୧୯ବର୍ଷ) ଙ୍କ ମୃତ ଦେହ ସୋମବାର କଟକ ପାରାଦ୍ୱୀପ ରେଳ ଲାଇନର ତିର୍ତୋଲ ବନ୍ଧବାହାଲ ଲେବୁଲ କ୍ରସିଂରୁ ମଳିଥିଲା । ସୋମବାରଦିନ ତାଙ୍କ ପରିବାରବର୍ଗ ଓ ଚୂନ ଗ୍ରାମବାସୀ ଏନଏଚ୍ ୫(କ) ଜାତୀୟ ରାଜପଥରେ ତାଙ୍କ ଶବ ରଖି ରାସ୍ତାରୋକ କରିଥିଲେ । ସୂଚନା ଅନୁଯାୟୀ କଟକ ଜଗତପୁର ଅଂଚଳର ଏକ ଘରୋଇ କଲେଜରେ ଶୁଭଲକ୍ଷ୍ମୀ ପାଠ ପଢୁଥିଲେ । ହେଲେ ତାଙ୍କ ମୃତ ଦେହ ରେଳଧାରଣା ପାଖରୁ ଜିଆରପି ପୁଲିସ ଜବତ କରିଥିଲା । ଶୁଭଲକ୍ଷ୍ମୀଙ୍କ ମୁଣ୍ଡରେ କ୍ଷତଚିହ୍ନ ଥିବା ଓ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନଥିବା ବେଳେ କେହି ଦୁର୍ବୃତ ହତ୍ୟା କରିଥିବା ଶୁଭଲକ୍ଷ୍ମୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ପୁଲିସ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା ଯୁବତୀ

ଭଦ୍ରକ ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ଜଣେ ଯୁବତୀ ଏକ ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ସମ୍ପୃକ୍ତ ଯୁବତୀ …

Leave a Reply

Your email address will not be published. Required fields are marked *