Saturday , November 16 2019
Breaking News
Home / କୃଷି / ଆସନ୍ନ ବାତ୍ୟା ବୁଲବୁଲ କୁ ନେଇ ଚାଷୀକୁଳ ଚିନ୍ତାରେ

ଆସନ୍ନ ବାତ୍ୟା ବୁଲବୁଲ କୁ ନେଇ ଚାଷୀକୁଳ ଚିନ୍ତାରେ

ଗରଦପୁର, ୦୭/୧୧/୨୦୧୯(ଓଡ଼ିଶା ସମାଚାର)- ବେଙ୍ଗାପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ଆଜି ବାତ୍ୟାର ରୂପ ନେଇ ବୁଲବୁଲ ବାତ୍ୟା ନାମରେ ପରିଚିତ ହୋଇ ଓଡ଼ିଶା ଉପକୂଳ ନିକଟବର୍ତି ହୋଇ ପଶ୍ଚିବଙ୍ଗ ଅତିକ୍ରମ କରିବାର ପାଣିପାଗ ସୂତ୍ରରୁ ସୂଚନା ମିଳିଛି । ବୁଲବୁଲ ପ୍ରଭାବରେ ବାତ୍ୟା ଏଡ଼େଇଯାଇଥିଲେ ମଧ୍ୟ ଏହାର ପ୍ରଭାବରେ ସଡ଼ିଶାର କେନ୍ଦ୍ରାପଡ଼ା ଜିଲା ସମେତ ବିଭିନ୍ନ ଜିଲାରେ ୩ ଦିନ ଧରି ପ୍ରବଳ ବର୍ଷା ଓ ୯୦ ରୁ ୧୦୦ କିମି ବେଗରେ ପବନ ବହିବାର ସୂଚନା ମଳିଛି । ଆଜି ଏହି ଖବର ପ୍ରଚାରିତ ହେବା ପରେ ଗରଦପୁର ଅଂଚଳର ଚାଷୀଙ୍କ ମନରେ ହତାଶା ଓ ଆଶଙ୍କା ସୃଷ୍ଟି ହୋଇଛି । ଗରଦପୁର ବ୍ଲକ୍ ଅଂଚଳର ୧୮ ଟି ପଂଚାୟତରେ ୬ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ସାରଦ ଧାନ ଚାଷ କରାଯାଇଛି । ଉଚା ଜମି ମାନଙ୍କରେ ଧାନ ଏବେ ଅମଳକ୍ଷମ ହେବାକୁ ଯାଉଥିବାବେଳେ ତଳିଆ ଜମି ଗୁଡ଼ିକରେ ଧାନ ଏବେ ଥୋଡ଼ ବାହାରୁଛି ଓ କେତେକ ଜମିରେ ଫୁଲ ଉଡ଼ାଉଛି । ଚଳିତ ବର୍ଷ ଧାନ ଫସଲ ବହୁତ ଭଲ ହୋଇଥିବାରୁ ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଥିଲା । ଆଉ ଦିନ କେଇଟା ପରେ ଚାଷୀମାନେ ଧାନ ଅମଳ କରିଥାନ୍ତେ । କିନ୍ତୁ ଏହି ସୁନାର ଫସଲକୁ ବୁଲବୁଲ ବାତ୍ୟା ପ୍ରଭାବରେ ଆସୁଥିବା ଝଡ଼ ବର୍ଷା ଓ ପବନ ଏହାକୁ ଦଳି ଚକଟି ଦେବାର ସମ୍ଭାବନା ସୃଷ୍ଟି ହୋଇଛି । ଚାଷର ଏଭଳି ସ୍ଥିତିରେ ଚାଷୀକୁଳ ର ମନ ଭାଙ୍ଗି ପଡ଼ିଛି । ଚାଷୀ ହତାଶ ହୋଇପଡ଼ିଛି । ମନସ୍ତାପରେ ଚାଷୀ କେବଳ ଦିନ ଗଣୁଛି । ଆଜି ସନ୍ଧ୍ୟାରେ ଏହି ଖବର ଜଣାପଡ଼ିବା ପରେ ଚା ଦୋକାନ, ପାନ ଦୋକାନ, ବଜାର , ହାଟରେ ବାଟରେ ସବୁଠି ଚାଷୀମାନେ ପରଷ୍ପରମାନେ ବାତ୍ୟା ବୁଲବୁଲକୁ ନେଇ ଆଲୋଚନା କରୁଛନ୍ତି । ବାତ୍ୟାର ଧାନ ଜମିରେ କେତେ ପ୍ରଭାବ ପଡ଼ିକ ତାକୁ ନେଇ ଆଶା ଆଶଙ୍କାରେ ରହି ଆହା ଆହା ହେଉଛନ୍ତି । ଟିଭି ଓ ରେଡ଼ିଓ ପାଖରେ ବସି ବାତ୍ୟା ସମ୍ପର୍କିତ ଘନ ଘନ ପ୍ରଚାର ଶୁଣି ମୁଣ୍ଡରେ ହାତ ଦେଇ ବସିଛନ୍ତି । କେବଳ ଧାନ ଫସଲ ନୁହେଁ ଗରଦପୁର ବ୍ଲକ୍ ଅଂଚଳର ଚିତ୍ରୋପôଳା ପାଇକା ଲୁଣା ଓ ବାଘୁଣି ନଦୀର ପଠା ଜମି ମାନଙ୍କରେ ଚାଷୀମାନେ ପନି ପରିବା ଫସଲ ଓ ବିରି ଚାଷ କରିଥିଲେ । ତାହା ମଧ୍ୟ କ୍ଷତିଗ୍ରସ୍ତ ହେବାକୁ ଯାଉଛି । ବିଭିନ୍ନ ସମବାୟ ସମିତି ଓ ବ୍ୟାଙ୍କ ରୁ ଋଣ କରି ଚାଷିରେ ଲଗାଇଥିବା ଅର୍ଥ ଏବେ ଧୋଇଯିବାକୁ ବସିଛି । ତେଣୁ ଚାଷୀର ମୁଣ୍ଡ କାମ କରୁନି । ଚାଷୀ ହତାଶ ହୋଇ ପଡ଼ିଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *