Friday , October 18 2019
Breaking News
Home / ଶିକ୍ଷା / ଆସନ୍ତା ୧୯ରେ ବୋର୍ଡ଼କୁ ଘେରିବେ ଶିକ୍ଷକ

ଆସନ୍ତା ୧୯ରେ ବୋର୍ଡ଼କୁ ଘେରିବେ ଶିକ୍ଷକ

ଭୁବନେଶ୍ୱର,୧୧/୧୦/୨୦୧୯ ( ଓଡ଼ିଶା ସମାଚାର)- ବର୍ତମାନ ଶେଷ ହୋଇଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)ର ପ୍ରଶ୍ନପତ୍ରରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସିଲାବସ ବାହାରୁ ପ୍ରଶ୍ନ ଦିଆଯାଇଥିବାରୁ ଓଟିଇଟି ପରୀକ୍ଷାର୍ଥୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଆଜି ସ୍ଥାନୀୟ ଖାରବେଳ ନଗରସ୍ଥିତ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର) ମହାସଂଘର ସଭାପତି ଶରତ ଚନ୍ଦ୍ର ନାଏକ ବିଭିନ୍ନ ଅଭିଯୋଗ ଆଣିଛନ୍ତି । ଗତ ୨୦୧୮ ମସିହାରେ ଓଟିଇଟି ପରୀକ୍ଷା କରାଯାଇଥିଲା । ପ୍ରଶ୍ନପତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଅଭିଯୋଗ ହେବାରୁ ମାଧ୍ୟମିକ ଶିକ୍ଷା ପରିଷଦ ଉକ୍ତ ପରୀକ୍ଷାକୁ ଅନ୍ୟାୟ ଭାବରେ ବାତିଲ୍ କରିଥିଲେ, ତାହାକୁ ମହାସଂଘ ପକ୍ଷରୁ ବିରୋଧ କରାଯାଇଥିଲା । ପରବର୍ତୀ ସମୟରେ ତା ୫.୮.୧୯ରୁ ୨୨.୯.୧୯ ମଧ୍ୟରେ ୪୫ଟି ସେଟ୍ ରେ ଓଟିଇଟି ପରୀକ୍ଷା କରାଯାଇଥିଲା । ଦୁଃଖର କଥା ଏହିକି ଅନଲାଇନ୍ ପରୀକ୍ଷାରେ ୫୦୦/୬୦୦ କି.ମି. ଦୂରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାକୁ ବାଧ୍ୟ ହେଲେ । ଓଟିଇଟିର ପ୍ରଶ୍ନପତ୍ର ସିଲାବସ ବାହାରୁ ସିଟିଇଟି ପ୍ରଶ୍ନଗୁଡ଼ିକୁ ବାହାର ରାଜ୍ୟର ଅଣଓଡ଼ିଆ ମାନଙ୍କ ଦ୍ୱାରା ଓଡ଼ିଆ ଭାଷାକୁ ବିକୃତ କରି ବଙ୍ଗଳା, ତେଲୁଗୁ ଓ ବିଦେଶୀ ଭାଷାରେ ପରୀକ୍ଷା ଦେବା ପାଇଁ ଓଡ଼ିଆ ଭାଷା ଅପସନାଲ ବନାଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ତାକୁ ଅଣଦେଖା କରି ବୁଝି ହେଉନଥିବା ବିଭିନ୍ନ ଭାଷାର ମିଶ୍ରଣରେ ପ୍ରଶ୍ନଗୁଡ଼ିକ ପ୍ରସ୍ତୁତ କରିଛନ୍ତି । ଯାହାଫଳରେ ପରୀକ୍ଷାର୍ଥୀମାନେ ପ୍ରଶ୍ନ ବୁଝି ଉତର ଦେବା ସମ୍ଭବ ହୋଇନଥିଲା । ଏତଦ୍ଭିନ୍ନ ଯେଉଁ କେତୋଟି ପ୍ରଶ୍ନ ବୁଝି ହେଉଥିଲା ସେଗୁଡ଼ିକର ପରୀକ୍ଷାର୍ଥୀ ଠିକ୍ ଉତର ଲେଖିଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଅନଲାଇନ୍ ରେ ପ୍ରକାଶ କରିଥିବା ପ୍ରଶ୍ନ ଓ ଉତରରେ ଅନେକ ତ୍ରୁଟି ପ୍ରକାଶ ପାଇଛି ଯଥା : ଓଡ଼ିଶାର ରାଜ୍ୟପାଳ ନବୀନ ପଟ୍ଟନାୟକ, ଚାନ୍ଦିପୁର ଭଦ୍ରକ ଜିଲ୍ଲାରେ ଓ କେଦାରଗୌରୀ କାବ୍ୟର ରଚୟିତା ଫକୀର ମୋହନ ସେନାପତି ଏହିଭଳି ଭାବରେ ଆହୁରି ଅନେକ । ପ୍ରକାଶ ଥାଉକି ପରୀକ୍ଷା ସମୟରେ ପ୍ରଶ୍ନକୁ କିଛି ମାତ୍ରାରେ ସଂଶୋଧନ କରି ଅନଲାଇନ୍ ରେ ଚ୍ୟାଲେଞ୍ଜ ପାଇଁ ପ୍ରକାଶ କରାଯାଇଛି । ପରୀକ୍ଷା ପରେ ପରେ ମହାସଂଘ ତରଫରୁ ଏକ ପ୍ରତିନିଧି ଦଳ ଏ ପ୍ରକାର ତ୍ରୁଟିକୁ ବିରୋଧ କରି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଓ ସଭାପତି ମାଧ୍ୟମିକ ଶିକ୍ଷା ପରିଷଦ ସହ ଆଲୋଚନା କରି ଗ୍ରେସ୍ ମାର୍କ ଦେବା ପାଇଁ ଦାବି କରିଥିଲେ । ଓଟିଇଟି ପ୍ରଶ୍ନର ଅର୍ଦ୍ଧାଧିକ ଭୁଲ୍ ପ୍ରଶ୍ନ ବା ଭାଷା ବିକୃତ ପ୍ରଶ୍ନ ହୋଇଥିବାରୁ ତାହାକୁ ତର୍ଜମା କରି ଯେଉଁ ପରିକ୍ଷାର୍ଥୀଙ୍କର ୪୦ ମାର୍କରୁ ଅଧିକ ନମ୍ବର ଅଛି ସେମାନଙ୍କୁ ଓଟିଇଟି ପାସ୍ ସାର୍ଟିଫିକେଟ ଦେବା ପାଇଁ ଦାବି କରିଛନ୍ତି । ଯଦି ଆସନ୍ତା ୧୮.୧୦.୨୦୧୯ରିଖ ସୁଦ୍ଧା ବୋର୍ଡ଼ କର୍ତୃପକ୍ଷ କୌଣସି ପଦକ୍ଷେପ ନ ନେଲେ ଆସନ୍ତା ୧୯.୧୦.୨୦୧୯ରିଖ ଠାରୁ ଦାବି ପୂରଣ ପର୍ଯ୍ୟନ୍ତ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ କରି ଧାରଣା ଦେବାକୁ ମହାସଂଘର ସଭାପତି ଶ୍ରୀଯୁକ୍ତ ନାୟକ ଚେତାବନୀ ଦେଇଛନ୍ତି । ଉକ୍ତ ଖବରଦାତା ସମ୍ମିଳନୀରେ ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରୀ, ମହାସଚିବ ହାନେଶ ପାତ୍ର ବାଗ, କୋଷାଧ୍ୟକ୍ଷ ବିଜୟ ମିଶ୍ର, ଉପସଭାପତି ରାଜିବ ଲୋଚନ ପ୍ରଧାନ, ସପ୍ତମ ବେହେରା, ହେମନ୍ତ କୁମାର ପାତ୍ର, ପ୍ରମୋଦ ବେହେରା, ଅଭିରାମ ସାହୁ, ରଞ୍ଜୁ ଅମାତ ପ୍ରମୁଖ ରାଜ୍ୟ କର୍ମକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଉତ୍କଳମଣି ଜୟନ୍ତୀରେ ଛାତ୍ରସଙ୍ଘ ପକ୍ଷରୁ ଆଲୋଚନାଚକ୍ର

କେନ୍ଦ୍ରାପଡା ୦୯/୧୦/୨୦୧୯ ( ଓଡ଼ିଶା ସମାଚାର)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜନ୍ମତିଥିରେ ଅଖିଳ ଭାରତ ଛାତ୍ର ସଙ୍ଘ …

Leave a Reply

Your email address will not be published. Required fields are marked *