Tuesday , August 20 2019
Breaking News
Home / ସ୍ୱାସ୍ଥ୍ୟ / ଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଛି ଗୁହାଳ

ଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଛି ଗୁହାଳ

ଆଳି, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ଆଳି ବ୍ଲକରେ ଥିବା ୩୦ ଶଯ୍ୟା ବିଶିଷ୍ଟ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ରାତିହେଲେ ଏହି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରଟି ଗାଈ ଗୁହାଳ ପାଲଟିଯାଉଛି । ସଂଧ୍ୟ୍ୟା ପରେ ବର୍ହିିବିଭାଗର ଫାଟକ ବନ୍ଦ ନ ହେବାରୁ ୧୦ରୁ୨୦ ଗାଈ ସେଠାରେ ରହୁଛନ୍ତି । ଏହା ଦେଖି ମଧ୍ୟ କୌଣସି ଅଧିକାରୀ ପଦେକ୍ଷପ ନେଉନାହାନ୍ତି ବୋଲି ଦୈନିକ ମେଡିକାଲ ଆସୁଥିବା ରୋଗୀ ଅଭିଯୋଗ କରୁଛନ୍ତି । ରାତି ସାରା ଗାଈ ଆଶ୍ରୟ ନେବାରୁ ବର୍ହିବିଭାଗ ପରିସରଟି ଅସ୍ୱାସ୍ଥ୍ୟକର ହୋଇପଡୁଛି । ଏଥିପ୍ରତି ବିଭାଗର ଉଚ୍ଚକର୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ମେଡିକାଲ କଲେଜର ହୃଦ, ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ସମୀକ୍ଷା

ଭୁବନେଶ୍ୱର , ୧୬/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-  ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ …

Leave a Reply

Your email address will not be published. Required fields are marked *