Monday , December 16 2019
Breaking News
Home / ବିଶେଷ / ଆଲଫାବେଷ୍ଟ  ଆବାସୀକ ବିଜ୍ଞାନ କଲେଜରେ ବିଶ୍ୱ ଏଡସ ଦିବସ ପାଳିତ

ଆଲଫାବେଷ୍ଟ  ଆବାସୀକ ବିଜ୍ଞାନ କଲେଜରେ ବିଶ୍ୱ ଏଡସ ଦିବସ ପାଳିତ

କେନ୍ଦ୍ରାପଡା,୦୧/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ଆବାସିକ  କଲେଜ ଗୋପସ୍ଥିତ  ‘ଆଲଫାବେଷ୍ଟ  ବିଜ୍ଞାନ   ମହାବିଦ୍ୟାଳୟ’ ପରିସରରେ ରବିବାର ବିଶ୍ୱ ଏଡସ ଦିବସ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଗନ୍ଧର୍ବ ଚରଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ରାଲି ସାନ୍ଧ୍ୟ କଲେଜ ଛକରୁ ବାହାରି କେନ୍ଦ୍ରାପଡା ସହର ପରିକ୍ରମା କରି ଗୋପସ୍ଥିତ କଲେଜ ପରିସରରେ ପହଁଚିଥିଲା । ଛାତ୍ରଛାତ୍ରୀମାନେ ଏଡସ ସଚେତନତା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡମାନ ହାତରେ ଧରି ଜନସାଧାରଣଙ୍କୁ ରାସ୍ତାରେ ସଚେତନ କରାଇଥିଲେ ।   ଏହି ଉପଲକ୍ଷେ ପୂର୍ବାହ୍ନରେ କଲେଜ ପରିସରରେ ଏକ ବିରାଟ ସଚେତନତା ସଭା କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲାଜଜ ବାସୁଦେବ ପଣ୍ଡା ମୁଖ୍ୟ ଅତିଥି,ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ଅଲେଖ ଚନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଡସ ସଚେତନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜ୍ଞାନରଞ୍ଜନ ପଟ୍ଟନାୟକ, ସିଭିଲ କୋର୍ଟ ରେଜିଷ୍ଟ୍ରାର ବିଶ୍ୱରଞ୍ଜନ ବେହେରା, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ମଳୟ କୁମାର ପ୍ରଧାନ, ଆଲଫାବେଷ୍ଟ କଲେଜର ନିଦ୍ଦେର୍ଶକ ଡଃ. ଅନ୍ତରାମ ପଣ୍ଡା  ଓ  ଆଲଫାବେଷ୍ଟ କଲେଜ ପରିଚାଳନା ମଣ୍ଡଳିର ପରିଚାଳନା ନିର୍ଦ୍ଦେଶକ ଡଃ.ଅଦୈତ ପ୍ରସାଦ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏଡସର ଭୟାବହତା,ଏହାର ନିରାକରଣ ଓ ଏଡସ ଆକ୍ରାନ୍ତଙ୍କୁ ଘୃଣା ନକରିବାକୁ  ଏବଂ ସାଧାରଣରେ ସଚେତନତା ସୃଷ୍ଟି କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।   ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମକର୍ତାମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାରେ ଆହତ ଙ୍କ ମଧ୍ୟରୁ ଜଣେ ମୃତ

ଭୁବନେଶ୍ୱର ,୧୬/୧୨/୨୦୧୯(ଓଡ଼ିଶା ସମାଚାର)- ଗତକାଲି ଖୋର୍ଦ୍ଧାର ଏକ କ୍ଲିନିକ ରେ ପସି ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ମାନସ ଦାସ …

Leave a Reply

Your email address will not be published. Required fields are marked *