Sunday , December 8 2019
Breaking News
Home / ତାଜା ଖବର / ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ କଟକ ପାରାଦୀପ ରାସ୍ତା ଅବରୋଧ

ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ କଟକ ପାରାଦୀପ ରାସ୍ତା ଅବରୋଧ

ରଘୁନାଥପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଆର୍ଥିକ ଅନଗ୍ରସର ଜନ ଜାତି ଓ ଉପଜାତି ଛାତ୍ର ଛାତ୍ରୀଙ୍କ ୨୫ ପ୍ରତିଶତ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ ଆଜି ରଘୁନାଥପୁର ବ୍ଲକ ଷ୍ଟେଟ ଆଇଡ଼ିଆଲ ପବ୍ଲିକ୍ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ କଟକ ପାରାଦୀପ ରାସ୍ତାର ବର୍ତିଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା । ବ୍ଲକ୍ ଅଂଚଳରେ ଥିବା ବିଭିନ୍ନ ବେସରକାରୀ ବିଦ୍ୟାଳୟର ଅଭିଭାବକ ଓ ଶିକ୍ଷକମାନେ ଏଥିରେ ସାମିଲ ଥିଲେ । ବେସରକାରୀ ବିଦ୍ୟାଳୟ ଅଭିଭାବକ ଓ ଶିକ୍ଷକ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଜିଲାପାଳ, ମନ୍ତ୍ରୀ ତଥା ଅନ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ପୂର୍ବାହ୍ନ ୧୦ ଘଟିକା ସମୟରେ ସମସ୍ତେ ଏକତ୍ରୀତ ହୋଇ ଶିକ୍ଷା ବିଭାଗର ଅଧିକାରୀ ଓ ଘରୋଇ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ପ୍ରତି ଥିବା ବୈମାତୃକ ମନୋଭାବ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ଅଭିଭାବକମାନେ ରାସ୍ତା ଉପରକୁ ଆସି ଧାରଣାରେ ବସିଥିଲେ । ଉଭୟ ପାଶ୍ୱର୍ରେ ଯାନ ବାହନ ଅଟକି ରହିଥିଲା । ଆଇଆଇସି ବବିତା ଦଳେଇ ଓ ଏସଡ଼ିପିଓ ଦୀପକ ରଂଜନ ଜେନା ପହଂଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ଫଳ ପ୍ରତିଫଳିତ ହୋଇନଥିଲା । ଏବିଇଓ ମେନକା ମହାପାତ୍ର ଅବରୋଧ ସ୍ଥଳରେ ପହଂଚିଥିଲେ । ପରିସ୍ଥିତି ଗୁରୁତର ହେବାରୁ ବିଇଓ ପ୍ରତିଭା ମଂଜରୀ ଦାସ ମଧ୍ୟ ସେଠାରେ ପହଂଚିଥିଲେ । ଜଗତସିଂହପୁର ସାଂସଦ ଡ଼ଃ ରାଜଶ୍ରୀ ମଲିକ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେହିରାସ୍ତାରେ ଯାଉଥିବାବେଳେ ସେଠାରେ ଅଟକି ଧାରଣାସ୍ଥଳକୁ ଆସିଥିଲେ । ବିଧାୟକ ଥିବାବେଳେ ସେ ଏହି ସମସ୍ୟା ସମ୍ପର୍କରେ ଅବଗତ ଥିବା ଓ ସମସ୍ୟାର ସମାଧାନ ପାଇଁ ନିଯେ ଜିଲାପାଳ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ । ବିଇଓ ଏ ସମ୍ପର୍କରେ ତଦନ୍ତ କରି ୧ ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବାର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଅନ୍ୟଥା ୧ ମାସ ମଧ୍ୟରେ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ମିଳିବାରେ ବ୍ୟବସ୍ଥା କରାନଗଲେ ପୁଣି ଆନ୍ଦୋନକୁ ଯୋରଦାର କରାଯିବ ବୋଲି ସଂଗଠନର ସଭାପତି ରୁପେନ୍ଦ୍ର ମିଶ୍ର ସତର୍କ କରାଇଦେଇଥିଲେ । ଉପଦେଷ୍ଟା ପ୍ରାଣକୃଷ୍ଣ ନାୟକ, ଶିକ୍ଷାବିତ ଗୀତା ରଥ, ସମାଜସେବୀ ବିଜନ ମହାପାତ୍ର, ସଂପାଦକ ଦେବାଶିଷ ରାୟ, ପ୍ରଭାକର ବାରିକ, ସୁଲୋଚନା ବେହେରା, ଲିପସା ମଣ୍ଡଳ, ରାଜେଶ ପ୍ରଧାନ, ଦେବୀପ୍ରସାଦ ମହାରଣା ମଧ୍ୟ ସମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତନ ଉତ୍ସାବ ଏହାର କ୍ୟାମ୍ପସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର …

Leave a Reply

Your email address will not be published. Required fields are marked *