Monday , February 24 2020
Home / ବିଶେଷ / ଆରମ୍ଭ ହେଲା କୋଲକାତା-ଝାରସୁଗୁଡ଼ା ବିମାନ ସେବା

ଆରମ୍ଭ ହେଲା କୋଲକାତା-ଝାରସୁଗୁଡ଼ା ବିମାନ ସେବା

ଝାରସୁଗୁଡ଼ା, ୨୯/୦୧/୨୦୨୦ (ଓଡ଼ିଶା ସମାଚାର)- କୋଲକାତା ଓ ଝାରସୁଗୁଡ଼ାର ବିମାନ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଏଣିକି କୋଲକାତାରୁ ଝାରସୁଗୁଡ଼ା ସିଧାସଳଖ ବିମାନ ସେବା ଆରମ୍ଭ ହୋଇଯାଇଛି । ସୋମବାର ଏଲାୟନ୍ସ ଏୟାର ଏହି ସେବା ଯାତ୍ରୀମାନଙ୍କୁ ଯୋଗାଇ ଦେଇଛି । ଉଡାନ୍‌-୩ ଯୋଜନା ଅଧିନରେ ନିୟମିତ ଭାବେ କୋଲକାତାରୁ ଝାରସୁଗୁଡ଼ା ମଧ୍ୟରେ ବିମାନ ଚଳାଚଳ କରିବ । ତେବେ ପ୍ରଥମ ଦିନରେ ୧୬ ଜଣ ଯାତ୍ରୀଙ୍କୁ ନେଇ ଏଲାୟନ୍ସ ଏୟାର ବିମାନ କୋଲକାତାରୁ ଝାରସୁଗୁଡ଼ାକୁ ଆସିଥିଲା । ସେହିପରି ଝାରସୁଗୁଡ଼ାରୁ କୋଲକାତାକୁ ଏହି ବିମାନ ଯୋଗେ ୨୫ ଜଣ ଯାତ୍ରା କରିଥିବା ଜଣାପଡ଼ିଛି । ପୁର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ବିମାନଟି କୋଲକାତାରୁ ଆସି ଝାରସୁଗୁଡ଼ାରେ ୧.୧୫ ମିନିଟ୍ ସମୟରେ ପହଂଚିବାର ଥିବା ବେଳେ ୧.୪୫ ମିନିଟ୍ରେ ଛାଡିବାର ଥିଲା । କିନ୍ତୁ ବିମାନଟି ଝାରସୁଗୁଡ଼ାରେ ୧୨.୫୦ ମିନିଟରେ ପହଂଚି ଥିବା ବେଳେ ୧.୨୫ମିନିଟରେ ଝାରସୁଗୁଡ଼ାରୁ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି । ଜାନୁଆରି ୨୭ରୁ ୩୦ ପର୍ଯ୍ୟନ୍ତ ବିମାନ ଏହି ସମୟସାରଣୀରେ ଉଡ଼ିବାକୁ ଥିବା ବେଳେ ୩୧ରୁ ଅନ୍ୟ ସମୟ ସାରଣୀରେ ଉଡ଼ିବ ବୋଲି କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ

ଫୁଲବାଣୀ, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)- ବନ୍ଧଗଡ଼ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ …

Leave a Reply

Your email address will not be published. Required fields are marked *