Tuesday , January 28 2020
Breaking News
Home / ବିଶେଷ / ଆରଟିଓ ପରିସରରେ ବସିପାରିବେନି ଏଜେଂଟ

ଆରଟିଓ ପରିସରରେ ବସିପାରିବେନି ଏଜେଂଟ

କଟକ, ୦୯/୧୨/୨୦୧୯(ଓଡ଼ିଶା ସମାଚାର)- ଆଂଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ପରିସରକୁ ଏଜେଂଟ୍ ମୁକ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତିି ନେଇ ଏଜେଂଟ୍ ଉଚ୍ଛେଦ ଆରମ୍ଭ କରିଥିବାବେଳେ ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏଥିରେ ଏଜେଂଟ୍‌ମାନଙ୍କୁ ଆରଟିଓ ପରିସରରେ ପୂର୍ବପରି ବସିବାକୁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ହାଇକୋର୍ଟ ଏପରି ଆବେଦନର ଶୁଣାଣି କରି ଆରଟିଓ ପରିସରରେ ଏଜେଂଟ୍ ବସିପାରିବେ ନାହିିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେମାନଙ୍କୁ ଯଥା ସମ୍ଭବ ଥଇଥାନ କରିବାକୁ ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେମାନଙ୍କୁ ପ୍ରସ୍ତାବିତ କିଓସ୍କୋରେ ନିଯୁକ୍ତି ଦେବାକୁ କହିଛନ୍ତି । ସେହିପରି କିଓସ୍କୋରେ ଷ୍ଟୁଡେଂଟ୍ ଭଲ୍ୟୁଂଟର୍ସମାନଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ଅଦାଲତ ଆଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଆର୍‌ଟିଓରେ କେତେ ସଂଖ୍ୟକ ଏଜେଂଟ୍ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ହାଇକୋର୍ଟ ରାଜ୍ୟ ପରିବହନ କମିଶନରଙ୍କୁ କହିଛନ୍ତି । ଏସବୁ ପ୍ରକ୍ରିୟା ଦୁଇ ମାସ ମଧ୍ୟରେ ଶେଷ ହେବା ଉଚିତ୍ । ମାମଲାର ବିବରଣୀ ଅନୁଯାୟୀ କେନ୍ଦ୍ର ସରକାର ମୋଟରଯାନ ଆଇନରେ ସଂଶୋଧନ ଆଣିବା ପରେ ଏହାକୁ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଜୋରିମାନା ରାଶିକୁ ଦ୍ୱିଗୁଣିତ କରିଥିଲେ । ରାଜ୍ୟ ସରକାର ସଂଶୋଧିତ ମୋଟରଯାନ ଆଇନ ୧୯୮୮କୁ କଡ଼ାକଡ଼ି କରିବା ପରେ ପ୍ରତ୍ୟେକ ଦିନ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିବିଶେଷଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା । ଏଥିଯୋଗୁଁ ଗାଡ଼ି ଚଳାଉଥିବା ବ୍ୟକ୍ତି ବିଶେଷ ନିଜର ଲାଇସେନ୍ସ ତଥା ଗାଡ଼ି କାଗଜପତ୍ର ଠିକ୍ କରିବାକୁ ତତ୍ପରତା ପ୍ରକାଶ କଲେ । ଫଳରେ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । ଏପରି ଭିଡ଼ର ଭରପୂର ଫାଇଦା ନେଇ ଏଜେଂଟ୍‌ମାନେ ଲାଇସେନ୍ସ୍ ପାଇବାକୁ ଇଚ୍ଛୁକ ଥିବା ବ୍ୟକ୍ତି ବିଶେଷଙ୍କୁ ମନଇଚ୍ଛା ଲୁଟି ଚାଲିଥିଲେ । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପରିବହନ ବିଭାଗ ସଚେତନ ହୋଇଥିଲା । ଗତ ସେପ୍ଟେମ୍ବର ୨୭ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟର ସମସ୍ତ ଆରଟିଓ ପରିସରରୁ ଏଜେଂଟ ମାନଙ୍କୁ ଉଚ୍ଛେଦ କରିଥିଲେ । ବିଜ୍ଞପ୍ତି ନମାନି ଆରଟିଓ କାର୍ଯ୍ୟାଳୟରେ ଏଜେଂଟମାନେ ପ୍ରବେଶ କରିବାରୁ ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଗିରଫ କରାଯାଇଥିଲା । ଏହା ପରେ ରାଜ୍ୟ ସରକାରଙ୍କ ପୂର୍ବ ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ପେଟପାଟଣା ଦୃଷ୍ଟିରୁ ସେମାନଙ୍କୁ ଆରଟିଓ ପରିସରରେ ବସିବାକୁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ …

Leave a Reply

Your email address will not be published. Required fields are marked *