Monday , February 24 2020
Home / ଶିକ୍ଷା / ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷିକ ଉତ୍ସବ

ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, ୨୦/୦୧/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ସନ୍ନିକଟ ରଣପଡା ଗୋବରୀ ନଦୀକୁଳରେ ଥିବା ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ୯ମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅଲ ସଲଫିଆ ଟ୍ରଷ୍ଟର ଅଧ୍ୟକ୍ଷ ସେକ ଅମିରୁଦ୍ଦିନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭୂବନେଶ୍ୱର ମୋସନ ଏଜୁକେଶନର ନିର୍ଦେଶକ ଡଃ.ବି. ରାଧାକାନ୍ତ ମୁଖ୍ୟ ଅତିଥି, କେନ୍ଦ୍ର ନିର୍ଦେଶକ ଅବିନାଶ କୁମାର ରାଉତ ଓ ସମାଜସେବୀ ସମୀର ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କର ଉତରୋତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଭୂବନେଶ୍ୱର ମୋସନ ଏଜୁକେଶନ ପକ୍ଷରୁ ଦୀର୍ଘ ୪୬ ବର୍ଷ ଧରି ଅବୈତନିକ ଭାବେ ଶିକ୍ଷାଦାନ କରୁଥିବା ଶିକ୍ଷକ ନିତ୍ୟାନନ୍ଦ ସାମଲଙ୍କୁ ଉତରୀୟ ଓ ମୋମେଂଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କୁ ପ୍ରତ୍ୟେକ ମାସରେ ଏକ ହଜାର ଟଙ୍କା ପେନସନ ପ୍ରଦାନ କରାଯିବ ବୋଲି ମୋସନ ଏଜୁକେଶନର ନିର୍ଦେଶକ ଡଃ. ବି ରାଧାକାନ୍ତ ଘୋଷଣା କରିଥିଲେ । ଚଳିତ ବର୍ଷ ମୋସନ ଏଜୁକେଶନ ପକ୍ଷରୁ ସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀ ଓ କୁନି କୁନି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟେକ ବର୍ଷ କେନ୍ଦ୍ରାପଡାର ମେଧାବୀ ଛାତ୍ରଛାତ୍ରୀ ଏବଂ ମେଡିକାଲ ଓ ଇଞ୍ଜିନିଅରିଂ ନେବା ପାଇଁ ଯୋଗ୍ୟ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍କଲାରସିପ ମୋସନ ଏଜୁକେଶନ ପକ୍ଷରୁ ପ୍ରଦାନ କରାଯିବ ବୋଲି ନିର୍ଦେଶକ ଡଃ.ବି ରାଧାକାନ୍ତ ସଭାରେ ଘୋଷଣା କରିଥିଲେ । ଶେଷରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍କୁଲର ଅଧ୍ୟକ୍ଷ ସାଇରା ପରୱିନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅବଦୁଲ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ଜାକରିୟା, ସେକ ମହମ୍ମଦ ଫୟାଜୁଦ୍ଦିନ, ସେକ ମହମ୍ମଦ ଗୟାସୁଦ୍ଦିନ, ଦେବବ୍ରତ ରାଉତ, ମହମ୍ମଦ ଅସଗର ଅଲ୍ଲୀ, ସେକ ନିୟାଜ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

କଟକ,୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ନୂଆବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ …

Leave a Reply

Your email address will not be published. Required fields are marked *