Saturday , December 7 2019
Home / ବିଶେଷ / ଆନ୍ଦୋଳନରତ ଗଣଶିକ୍ଷକ ନେତାଙ୍କ ମୃତୁ୍ୟରେ ଡ଼ି.ଟି.ଓ.ର ଶୋକ

ଆନ୍ଦୋଳନରତ ଗଣଶିକ୍ଷକ ନେତାଙ୍କ ମୃତୁ୍ୟରେ ଡ଼ି.ଟି.ଓ.ର ଶୋକ

ଭୁବନେଶ୍ୱର,୦୩/୧୨/୨୦୧୯(ଓଡ଼ିଶା ସମାଚାର)-ଆଜି ଲୋୟର ପିଏମଜିଠାରେ ଧାରଣାରତ ଶିକ୍ଷକମାନଙ୍କୁ ଉଦବୋଧନ ଦେଉଥିବା ସମୟରେ ମୟୁରଭଞ୍ଜ ଜିଲ୍ଲାର ଗଣଶିକ୍ଷକ ନେତା ନିରଞ୍ଜନ ଭୋଇଙ୍କର ହୃଦାଘାତରେ ମୃତୁ୍ୟ ଘଟିଛି । ଏହି ମୃତୁ୍ୟରେ ଡ଼େମୋକ୍ରେଟିକ ଟିଚର୍ସ ଅର୍ଗାନାଇଜେସନର ରାଜ୍ୟ ସଭାପତି ବିଭୂତି ଭୂଷଣ ନାୟକ ଗଭୀର ଶୋକ ପ୍ରକାଶ କରିବା ସେଙ୍ଗ ସେଙ୍ଗ ତାଙ୍କ ପରିବାରର ଜଣକୁ ଚାକିରୀ ଦେବା ସହିତ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଗଣଶିକ୍ଷକମାନଙ୍କର ୬ ଦଫା ବିଶିଷ୍ଟ ନ୍ୟାଯ୍ୟ ଦାବିକୁ ସରକାର ତୁରନ୍ତ ପୂରଣ କରନ୍ତୁ । ବାଦ୍ ପଡ଼ିଥିବା ପ୍ରାୟ ୪ ହଜାର ଗଣଶିକ୍ଷକଙ୍କୁ ତୁରନ୍ତ ନିୟମିତ କରାଯାଉ । ଦୀର୍ଘ ୨୦ରୁ ୨୫ବର୍ଷ ସ୍ୱଳ୍ପ ବେତନରେ ଶିକ୍ଷାଦାନ କରିବା ପରେ ଆଜି ବି ସେମାନେ ପୂର୍ଣ୍ଣ ସରକାରୀ ଶିକ୍ଷକ ମାନ୍ୟତାରୁ ବଂଚିତ । ଏଣୁ ଡ଼ିଟିଓର ରାଜ୍ୟ ସଭାପତି ଶ୍ରୀ ନାୟକ ଦୃଢ ଦାବି କରିଛନ୍ତି ଯେ, ସମସ୍ତ ୨୨ ହଜାର ଗଣଶିକ୍ଷକଙ୍କୁ ସରକାରୀ ଶିକ୍ଷକର ପୂର୍ଣ୍ଣ ମାନ୍ୟତା ଦେଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ରକ୍ଷା କରାଯାଉ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *