Thursday , September 19 2019
Breaking News
Home / ସ୍ୱାସ୍ଥ୍ୟ / ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଏଚ୍ଆଇଭି ଏଡ୍ସ୍ ସଂପର୍କରେ ସଚେତନ ପାଇଁ ପ୍ରସ୍ତୁତି

ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଏଚ୍ଆଇଭି ଏଡ୍ସ୍ ସଂପର୍କରେ ସଚେତନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ଯୁବଗୋଷ୍ଠିଙ୍କ ମଧ୍ୟରେ ଏଚ.ଆଇ.ଭି. ସଂକ୍ରମଣ ଏବଂ ଯୁବଗୋଷ୍ଠିଙ୍କୁ ନିଜ ଶାରିରୀକ ସୁସ୍ଥତା ପ୍ରତି ସଚେତନ କରିିବା ନିମନ୍ତେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ତରଫରୁ ରାଜ୍ୟବ୍ୟାପୀ ଚଳିତ ଅଗଷ୍ଟ ୧୨ ତାରିଖରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୨୦୩୦ ସୁଦ୍ଧା ଏଚ.ଆଇ.ଭି./ ଏଡସ୍କୁ ସମାପ୍ତ କରିବାର ମିଳିତ ଜାତିସଂଘର ଲକ୍ଷ୍ୟ ହାସଲ କରିବା ନିମନ୍ତେ ଓସାକ୍ସ ତରଫରୁ ରାଜ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏହି ଅବସରରେ କଲେଜରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏଚ.ଆଇ.ଭି. / ଏଡସ୍ ନିରାକରଣ ସଂପର୍କିତ କାନଭାସ ପେନଟିଂ ପ୍ରତିଯୋଗୀତା , ଅଗଷ୍ଟ ୧୧ ତାରିଖରେ ରେଡକ୍ରସ ସୋସାଇଟିର ମିଳିତ ସହଯୋଗରେ ବିଭିନ୍ନ କଲେଜର ରେଡ୍ ରିବନ କ୍ଲବର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ତର୍କ, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ମାଧ୍ୟମରେ ଏଚ.ଆଇ.ଭି. ସଚେତନତାର ବାର୍ତା ପହଂଚାଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ । କୃତୀ ପ୍ରତିଯୋଗୀମାନଙ୍କୁ ଅଗଷ୍ଟ ୧୨ ତାରିଖାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯିବା ପାଇଁ ସ୍ଥିର କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ପରାମର୍ଶକ୍ରମେ ଓସାକ୍ସ୍ ପ୍ରକଳ୍ପ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାରଙ୍କ ପ୍ରତ୍ୟେଖ ତତ୍ୱାବଧାନରେ ଆସନ୍ତା ୧୨ ତାରିଖରେ ପାଳନ କରାଯାଉଥିବା ଆନ୍ତର୍ଜାତିକ ଯୁବ ଦିବସ ପାଳନକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛିି ।
ସଚେତନତା କାର୍ଯ୍ୟକ୍ରମକୁୁ ବ୍ୟାପକ କରିବା ପାଇଁ ଓସାକ୍ସ ସହିତ ରିଲାଏନ୍ସ ଫାଉଣ୍ଡେସନ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ , ମହାନଦୀ କୋଲ ଫିଲ୍ଡ ସହଯୋଗର ହାତ ବଢାଇଛନ୍ତି । ଷ୍ଟେଟ ବ୍ୟାଙ୍କ ସହଯୋଗରେ ବାଲୁକା କଳା ଜରିଆରେ ସଚେତନତାର ବାର୍ତା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ୧୫ ଲକ୍ଷ ଲୋକଙ୍କ ମୋବାଇଲକୁ ସଚେତନା ବାର୍ତା, ୟୁଟ୍ୟୁବ ଲାଇଭ ଫୋନ ଇନ କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏଚ.ଆଇ.ଭି. ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଅନେକ ସ୍ଥାନରୁ ଗୋଟିଏ ଫୋନରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶ୍ନର ଉତର (ମଲ୍ଟି ଲୋକେସନ ଅଡିଓ କନଫରେନ୍ସ), ସ୍ୱାସ୍ଥ୍ୟ ଶିବିର ଆଦିର ଆୟୋଜନ କରାଯିବ । ସେହିଭଳି ଜିଲା ସ୍ତରରେ ପଦଯାତ୍ରା, ସାଧାରଣ ସଭା ଏବଂ ପିଲାମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଓଡ଼ିଶା ସମାଚାର

About admin

Check Also

ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟ ଦାବିରେ ଏଏସଏସ୍ ପକ୍ଷରୁ ମାନବ ଶୃଙ୍ଖଳା ଘୋଷଣା

ପାରାଦ୍ୱୀପ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ନିକଟସ୍ଥ ଭୁତମୁଣ୍ଡାଇ ଠାରେ ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟଦାବିରେ ଆଂଚଳିକ ସୁରକ୍ଷା ସମିତି (ଏଏସଏସ୍) ଆସନ୍ତା ଅକ୍ଟୋବର …

Leave a Reply

Your email address will not be published. Required fields are marked *