Monday , February 24 2020
Home / ସ୍ୱାସ୍ଥ୍ୟ / ଆନନ୍ଦପୁର ରୋଗୀ କଲ୍ୟାଣ ସମିତି ବୈଠକ

ଆନନ୍ଦପୁର ରୋଗୀ କଲ୍ୟାଣ ସମିତି ବୈଠକ

ଆନନ୍ଦପୁର,୧୦/୦୧/୨୦୨୦ (ଓଡ଼ିଶା ସମାଚାର)-ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ର ରୋଗୀକଲ୍ୟାଣ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଧନେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିଷ୍ଠିତ ଏହି ବୈଠକରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠି, ଉପଜିଲାପାଳ ରବିନ୍ଦ୍ର କୁମାର ସାହୁ ଯୋଗଦେଇ ଉପଖଣ୍ଡ ଡାକ୍ତରଖାନା ର ବହୁ ଗରୁତ୍ୱପୁର୍ଣ୍ଣ ସମସ୍ୟ୍ୟାା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଡାକ୍ତରଖାନା ନିକଟରେ ଥିବା ଜବରଦଖଲ ଓ ଡାକ୍ତରଖାନା ପରିସର ମଧ୍ୟରେ ରହିଥିବା ବେସରକାରୀ ଔଷଧ ଦୋକାନ ଉେଚ୍ଛେଦ ସମ୍ପର୍କରେ ଆଲୋଚନା ହୋଇଥିଲା। ଡାକ୍ତରଖାନା ଚତୁଃପାର୍ଶ୍ବରେ ଡାକ୍ତରଖାନାର ବହୁ ନିଜସ୍ୱ ଜମି ରହିଥିବା ବେଳେ ଏଗୁଡିକ ଜବରଦଖଲକାରୀଙ୍କ କବଜାରେ ରହିଛି। ତେଣୁ ତୁରନ୍ତ ଉକ୍ତ ଜମି ଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବରଦଖଲ ମୁକ୍ତ କରାଗଲେ ଡାକ୍ତରଖାନା ଭିତିଭୂମିରେ ବହୁ ଉନ୍ନତି ହୋଇ ପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଏନେଇ ଖୁବଶୀଘ୍ର ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ନିଷ୍ପତି ନିଆଯାଇଥିବା ଜଣାଯାଇଛି। ସେହିପରି ସରକାରୀ ଡାକ୍ତରଖାନା ପରିସରରେ କୈଣସି ବେସରକାରୀ ଔଷଧ ଦୋକାନ ରହି ପାରିବ ନାହିଁ ବୋଲେି ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ ରହିଥିଲେ ମଧ୍ୟ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଏଠାରେ ବର୍ଷବର୍ଷ ଧରି ରହିଥିବା ଏକ ବେସରକାରୀ ଔଷଧ ଦୋକାନ କେଉଁ ପରିସ୍ଥିତିରେ ରହିଛି ସେନେଇ ମଧ୍ୟ ବୈଠକରେ ଉଦବେଗ ପ୍ରକାଶ ପାଇଛି। ଅପରପକ୍ଷେ ରୋଗୀଙ୍କଖାଦ୍ୟ ବ୍ୟବସ୍ଥା, ସୁରକ୍ଷା, ସଫେଇ, ଲଣ୍ଡ୍ରି, ହେଲ୍ପ ଡେସ୍କ, ବିଏମ୍ ଡବ୍ଲ୍ୟୁ ବ୍ୟବସ୍ଥା ସ୍ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୌରକାର‌୍ୟ୍ୟ ନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲ, ତହସିଲଦାର ତପନ କୁମାର ନାୟକ, ଯୋଗାଣ ଅଧିକାରୀ ବୁଦ୍ଧଦେବ ଜେନା, ବିଇଓ ଶରତ ରାଉତ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

୨୪ ଘଂଟିିଆ ରକ୍ତ ଭଣ୍ଡାର ଚଳାଉଛନ୍ତି ଅସ୍ଥାୟୀ କର୍ମଚାରୀ

ଭୁବନେଶ୍ୱର, ୧୮/୦୨/୨୦୨୦ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ନଂ ୨୪୭୨୧ ତା …

Leave a Reply

Your email address will not be published. Required fields are marked *