Saturday , July 20 2019
Breaking News
Home / ବିଶେଷ / ଆଠଗଡ଼ରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ଆଠଗଡ଼ରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ଆଠଗଡ଼, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)-  କଟକରେ ନୂତନ ଭାବେ ଯୋଗଦେଇଥିବା ଜିଲାପାଳ ଭବାନୀଶଙ୍କର ଚୟନି ଆଠଗଡରେ ଏକ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇଥିଲେ । ଏଥିରେ ସେ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିବା ସହ ସେଗୁଡିକର ତକ୍ରାଳ ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ସୋମବାର ଅନୁଷ୍ଠିତ ଏହି ଶୁଣାଣୀରେ ମୋଟ ୧୨୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୧୫ଟି ବ୍ୟକ୍ତିଗତ ଓ ୫ଟି ସାମୂହିକ ଅଭିଯୋଗ ରହିଥିଲା । ସେଗୁଡିକ ମଧ୍ୟରୁ ଜିଲାପାଳ ଶ୍ରୀ ଚୟନି ୨୦ଟି ଅଭିଯୋଗ ତକ୍ରାଳ ଫଏସଲା କରିବା ସହ ଅନ୍ୟ ୧୧୫ଟି ଅଭିଯୋଗକୁ ବିଭାଗୀୟ ଅଧିକାରୀଙ୍କୁ ସମାଧାନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ବ୍ୟକ୍ତିଗତ ଅଭିଯୋଗ ଶୁଣାଣି କରି ରାଧାଦାମୋଦରପୁରର ରଶ୍ମିତା ପରିଡା ଓ ନୂଆବନ୍ଧର ଅଖିଳ ଭକ୍ତାଙ୍କୁ ୫ଶହ ଟଙ୍କା ଲେଖାଏଁ ଭତା ଏବଂ ଚିକିତ୍ସା ସହାୟତା ବାବଦରେ ତଇଲାମାଳର ବେଣୁଧର ପ୍ରଧାନ ଓ କନ୍ତୋଲର ଅକ୍ଷୟକୁମାର ସାହୁଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏଥିସହ କନ୍ତୋଲର ଭୀମସେନ ମହାନ୍ତି ନାମକ ଜଣେ ଭିନ୍ନକ୍ଷମଙ୍କୁ ୩ଚକିଆ ସାଇକେଲ ଜିଲାପାଳ ପ୍ରଦାନ କରିଥିଲେ । ଏହି ଶୁଣାଣିରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହମ୍ମଦ ଅବଦୁଲ ଅଖ୍ତର, ଅତିରିକ୍ତ ଜିଲାପାଳ ବିଜୟକୁମାର ଖଣ୍ଡାୟତରାୟ, ଉପଜିଲାପାଳ ଅମୀୟକୁମାର ସାହୁ, ଗ୍ରାମାଂଚଳ ଏସ୍ପି ରାଧାବିନୋଦ ପାଣିଗ୍ରାହୀ, ଜିଲା ପଂଚାୟତ ଅଧିକାରୀ ଚକ୍ରଧର ମାହାଳି, ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଜିଲା ସମାଜକଲ୍ୟାଣ ଅଧିକାରୀ ନିରୁପମା ବେହେରା, ଜିଲା ଯୋଗାଣ ଅଧିକାରୀ ଅମର ମହାପାତ୍ର, ଜିଲା ମୁଖ୍ୟ ସ୍ୱାସ୍ଥଅଧିକାରୀ ଡାକ୍ତର ବିଭୂତିଭୂଷଣ ନାୟକ, ଆଠଗଡ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟକୁମାର ମିଶ୍ର, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଦୀପ୍ତକୁମାର ମହାପାତ୍ରଙ୍କ ସମେତ ବହୁ ଜିଲା ଓ ଉପଖଣ୍ଡସ୍ତରୀୟ ଅଧିକାରୀ ଏଥିରେ ଯୋଗ ଦେଇଥିଲେ । ଜନ ଅଭିଯୋଗ ଶୁଣାଣି ଶେଷରେ ଜିଲାପାଳ ଶ୍ରୀ ଚୟନି ଉପସ୍ଥିତ ସରକାରୀ ଅଧିକାରୀଙ୍କୁ ଉଦ୍ବୋଧନ ଦେଇ ସମୟାନୁବର୍ତି ହେବା, ସାଧାରଣ ଲୋକଙ୍କ ସମସ୍ୟା ସକରାତ୍ମକ ମନୋଭାବ ରଖି ସମାଧାନ ଦିଗରେ ପଦକ୍ଷପ ନେବା ଏବଂ ନିଜର ଦାୟିତ୍ୱ ସମ୍ପାଦନରେ କୌଣସି ପ୍ରକାର ଖିଲାପ ନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଡିଓ ଅଜାମ୍ବର ମହାନ୍ତି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପଂଚାୟତ ସମିତି ନିର୍ବାହୀ ଅଧିକାରୀ ଗଗନବିହାରୀ ଷଡଙ୍ଗୀଙ୍କ ସମେତ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପାଟକୁରା: ଦିନ ୧୧ ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

ପାଟକୁରା /ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ …

Leave a Reply

Your email address will not be published. Required fields are marked *