Thursday , September 19 2019
Breaking News
Home / କ୍ରୀଡ଼ା / ଆଠଗଡ ଉପଖଣ୍ଡ ପ୍ରଶାସନ ଓ ଗଣମାଧ୍ୟମ ଏକାଦଶ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ – ଗଣମାଧ୍ୟମ ଏକାଦଶ ୨-୧ରେ ବିଜୟୀ

ଆଠଗଡ ଉପଖଣ୍ଡ ପ୍ରଶାସନ ଓ ଗଣମାଧ୍ୟମ ଏକାଦଶ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ – ଗଣମାଧ୍ୟମ ଏକାଦଶ ୨-୧ରେ ବିଜୟୀ

ଆଠଗଡ, ୧୮/୦୮/୨୦୧୯(ଓଡ଼ିଶା ସମାଚାର)- ୭୩ତମ ସ୍ୱାଧୀନତା ଦିବସ ଅବସରରେ ଆଠଗଡ ଉପଖଣ୍ଡ ପ୍ରଶାସନ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଛି । ମହାକାଳବସ୍ତ ପଂଚାୟତର ସ୍କୁଲ ନିକଟସ୍ଥ ପଡିଆରେ ଅନୁଷ୍ଠିତ ଖେଳରେ ଗଣମାଧ୍ୟମ ଏକାଦଶ ୨- ୧ ଗୋଲରେ ଉପଖଣ୍ଡ ପ୍ରଶାସନକୁ ପରାସ୍ତ କରି ବିଜୟୀ ହୋଇଥିଲା । ଉପଖଣ୍ଡ ପ୍ରଶାସନର ଅଧିନାୟକ ଉପଜିଲାପାଳ ଅମୀୟକୁମାର ସାହୁ ହୋଇଥିବା ବେଳେ ଗଣମାଧ୍ୟମ ଏକାଦଶର ଅଧିନାୟକ ସାମ୍ବାଦିକ ଯଶୋବନ୍ତ ବାରିକ ଥିଲେ । ଆଠଗଡ ତହସିଲଦାର ତପନକୁମାର ଖୁଂଟିିଆ, ବିଡିଓ ଅଜାମ୍ବର ମହାନ୍ତି, ସହକାରୀ ଉପଜିଲାପାଳ ପ୍ରିୟବ୍ରତ ଦାସ ଓ ରାଜସ୍ୱ ନିରୀକ୍ଷକ ପ୍ରମୁଖ ଉପଖଣ୍ଡ ପ୍ରଶାସନଦଳର ସଦସ୍ୟ ଥିଲେ । ଗଣମାଧ୍ୟମ ଏକାଦଶରେ ଅଧିନାୟକ ଶ୍ରୀ ବାରିକଙ୍କ ସହ ଲଲାଟେନ୍ଦୁ ସେନାପତି, ନୀଳକଣ୍ଠ ଦୋରା, ପତିତପାବନ ରାଉତ, ମନୋରଞ୍ଜନ ମହାନ୍ତି, ଶ୍ୱେତକାନ୍ତ ବେହେରା, ସନ୍ତୋଷ ଖଟୁଆ, ସତ୍ୟପ୍ରକାଶ ରଥ ପ୍ରମୁଖ ସଦସ୍ୟ ଭାବେ ଖେଳିଥିଲେ । ଖେଳଟି ରୋମାଂଚକର ହୋଇଥିଲା । ଉପଜିଲାପାଳ ଶ୍ରୀ ସାହୁ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳରେ କ୍ରୀଡାର ପ୍ରସାର ନିମନ୍ତେ ଫୁଟବଲ ଏହି ଖେଳ ଅନୁଷ୍ଠିତ ହୋଇଥିବା ପ୍ରକାଶ କରିଥିଲେ । ଆଗାମୀଦିନରେ ଅନ୍ୟ ପଂଚାୟତରେ ପ୍ରଶାସନ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ତହସିଲଦାର ଶ୍ରୀ ଖୁଂଟିଆ, ବିଡିଓ ଶ୍ରୀ ମହାନ୍ତି, ସହାକରୀ ଉପଜିଲାପାଳ ଶ୍ରୀ ଦାସ, ସ୍ଥାନୀୟ ସରପଂଚ ସାବିତ୍ରୀ ରାଉତ, ଖୁଂଟୁଣୀ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ, ଆଲୋକକୁମାର ବଳିୟାରସିଂ ଓ ବଚିତ୍ରାନନ୍ଦ ପାଢି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଖଳଟିକୁ ଭାଗ୍ୟଧର ପ୍ରଧାନ ପରିଚାଳନା କରିଥିବା ବେଳେ ପ୍ରମୋଦକୁମାର ସ୍ୱାଇଁ ଓ ପ୍ରୀତିରଞ୍ଜନ ରାଉତ ସହାୟତା କରିଥିଲେ । ଶଶଧର ମହାରଣା ଓ ପର୍ଶୁରାମ ବେହେରା ଧାରା ବିବରଣୀ ପ୍ରଚାର କରିଥିଲେ । ମହାକାଳବସ୍ତ ଓ ମାଧବପୁର ଗ୍ରାମର କ୍ରୀଡାପ୍ରେମୀ ଯୁବକ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶହ ଶହସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଦ୍ୱାଦଶ କନିଷ୍ଠ ରାଜ୍ୟ ନେଟବଲ୍ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ୭ ତାରିଖରୁ କିଶୋର ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଦ୍ଘାଟିତ ହୋଇଥିବା ଦ୍ୱାଦଶ …

Leave a Reply

Your email address will not be published. Required fields are marked *