Thursday , September 19 2019
Breaking News
Home / ରାଜନୀତି / ଆଗାମୀ ଦିନରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ: ଶିବରାଜ

ଆଗାମୀ ଦିନରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ: ଶିବରାଜ

ଭୁବନେଶ୍ୱର,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଆଗାମୀ ଦିନରେ ଓଡ଼ିଶାରେ ବିଜେପିଏକାକୀ ଲଢ଼ିବ ଓ ସରକାର ଗଠନକରିବ । ରାଷ୍ଟ୍ରବାଦ ଓ ବିକାଶବାଦହେଉଛି ବିଜେପିର ମୂଳ ଲକ୍ଷ୍ୟ ବୋଲି ଦଳର କେନ୍ଦ୍ରୀୟ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜସିଂ ଚୌହାନ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଉଭୟ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ୍ କରି କିଛି ମନ୍ତବ୍ୟ ରଖିଛନ୍ତି । ଆରମ୍ଭ ହୋଇଥିବା ବିଜେପିର ସଭ୍ୟ ସଂଗ୍ରହ ଅଭିଯାନର ତଦାରଖ କରିବା ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଚୌହାନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, କଂଗ୍ରେସ ଦଳ ପରିବାରବାଦ ରାଜନୀତି କରୁଛି । ଏହି ଦଳର ବଂଶବାଦ ଓ ଜାତିବାଦ ନୀତିକୁ ନେଇ ସାଧାରଣ ଜନତା ମୁହଁ ଫେରାଇ ନେଇଛନ୍ତି । କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ପୁର୍ନବାର ସୋନିଆ ଗାନ୍ଧିଙ୍କୁ ଏଆଇସିସିର ସଭାପତି ଦାୟୀତ୍ୱ ଦେଇଥିବାରୁ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ବ୍ୟତୀତ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ କରିଥିବା ଐଚ୍ଛିହାସିକ ଭୁଲ କୁ ବର୍ତମାନର ମୋଦୀ ସରକାର ସୁଧାରିଛନ୍ତି । ଏହି ଭୁଲ ପାଇଁ ଆମଦେଶକୁ ବହୁ ମୂଲ୍ୟ ଦେବାକୁ ପଡିଛି । ଅପରପକ୍ଷରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ ଯେ,ଏହି ରାଜ୍ୟରେ ଜମି ଅଛି, ପାଣି ଅଛି । କିନ୍ତୁ ତଦନୁଯାୟୀ ଆବଶ୍ୟକ ପରିମାଣର ଜଳସେଚନ ହୋଇପାରିନାହିଁ । ମାତ୍ର ୩୧ ପ୍ରତିଶତ ଜଳସେଚିତ ହୋଇଛି । କାଳିଆ ଯୋଜନାରେ କେତେ ଚାଷୀ ପଞ୍ଜିକୃତ ହୋଇଛନ୍ତି ଏବଂ ସେଥିମଧ୍ୟରୁ କେତେଚାଷୀ ଟଙ୍କା ପାଇଛନ୍ତି, ସେଥିନେଇ ଏକ ଶ୍ୱେତପତ୍ର ପ୍ରକାଶ କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ଏକ ଗରିବ ରାଜ୍ୟ ହୋଇ ରହିବା ପଛରେ ଉଭୟ କଂଗ୍ରେସ ଓ ବିଜେଡ଼ି ଦାୟୀ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆୟୁଷ୍ମାନ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଓଙ୍ଗ଼ିଶାର ବିକାଶ ହୋଇଥାନ୍ତା । ସେହିପରି ଓଡ଼ିଶାର ବିକାଶ ପାଇଁ ନିର୍ଦ୍ଦିଷ୍ଟ ରୋଡମ୍ୟାପ୍ ନାହିଁ । ଓଡ଼ିଶା ସମାଚାର

About admin

Check Also

ପୁରୀ ଜିଲ୍ଲା ବିଜୁ ଜନତା ଦଳରପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ପୁରୀ୧୧/୦୯/୨୦୧୯(ଓଡ଼ିଶା ସମାଚାର)- ରବିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ବିଜୁ ଜନତା ଦଳରପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତହୋଇଯାଇଛି । ଜିଲ୍ଲା ବିଜେଡି …

Leave a Reply

Your email address will not be published. Required fields are marked *