Thursday , September 19 2019
Breaking News
Home / କୃଷି / ଆଖୁ ଚାଷୀଙ୍କୁ ମୋଦୀ ସରକାରଙ୍କ ପୂଜା ଉପହାର : ୬ ହଜାର କୋଟି ଟଙ୍କାର ସବସିଡିକୁ ମଞ୍ଜୁରୀ

ଆଖୁ ଚାଷୀଙ୍କୁ ମୋଦୀ ସରକାରଙ୍କ ପୂଜା ଉପହାର : ୬ ହଜାର କୋଟି ଟଙ୍କାର ସବସିଡିକୁ ମଞ୍ଜୁରୀ

ନୂଆଦିଲ୍ଲୀ/ ଭୁବନେଶ୍ୱର ,୨୯/୦୮/୨୦୧୯(ଓଡ଼ିଶା ସମାଚାର)- ମୋଦୀ ସରକାର ଆଖୁ ଚାଷୀଙ୍କ ପାଇଁବଡ ଘୋଷଣା କରିଛନ୍ତି । ସରକାର ଆଖୁ ଚାଷୀଙ୍କୁ ଉପହାର ଦେଇ୬୦ ଲକ୍ଷ ମେଟ୍ରିକ ଟନ ପର୍ଯ୍ୟନ୍ତ ରପ୍ତାନୀ ଉପରେ ସବସିଡି ଦେବାପାଇଁ ଘୋଷଣା କରିଛନ୍ତି । ଏହାସହ ସବସିଡିର ପଇସା ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ଯିବ । ସରକାରଙ୍କ ନିଷ୍ପତି ଅନୁସାରେ ୬୦ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନୀ ଉପରେ ସରକାର ୬ ହଜାର୨୬୮ କୋଟି ଟଙ୍କାର ସବସିଡିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ କେହି ମଧ୍ୟସ୍ଥି ରହିବେ ନାହିଁ । ଏହି ନିଷ୍ପତି ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଏହି ନିଷ୍ପତି ଦ୍ୱାରା ଚିନିର ଦାମ ଠିକ୍ ରହିବ । ଏହା ସହ ସେ କହିଛନ୍ତି ଏହାଦ୍ୱାରା କୃଷକଙ୍କୁ କ୍ଷତିମଧ୍ୟ ସହିବାକୁ ପଡିବନି । ଓଡ଼ିଶା ସମାଚାର

About admin

Check Also

ନୂଆଖାଇ ଉପଲକ୍ଷେ ଗୋରଖନାଥ କୃଷକ ମହାସଂଘ ପକ୍ଷରୁ ପ୍ରତିଭା ଚୟନ ଉତ୍ସବ

ତାରପୁର,୩/୯/୨୦୧୯(ଓଡ଼ିଶା ସମାଚାର)- ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଖାଇ ଉପଲକ୍ଷେ ରଘୁନାଥପୁର ବ୍ଲକ୍ ରେଢ଼ୁଆ ନୂଆଗଡ଼ସ୍ଥିତ ଗୋରଖନାଥ କୃଷକ ମହାସଂଘ …

Leave a Reply

Your email address will not be published. Required fields are marked *