Tuesday , February 25 2020
Breaking News
Home / ବ୍ୟବସାୟ ବାଣିଜ୍ୟ / ଆଇଓସିଏଲ ବଟ୍ଲିଂ ପ୍ଲାନ୍ଟ ଟ୍ରାନ୍ସପୋର୍ଟ କମ୍ପାନୀଙ୍କ ଉଦାସୀନତା – ଗ୍ୟାସ୍ ସିଲିଣ୍ଡର ଭର୍ତି ଟ୍ରକ୍ ସହ ଡ୍ରାଇଭରଙ୍କ ଧାରଣା

ଆଇଓସିଏଲ ବଟ୍ଲିଂ ପ୍ଲାନ୍ଟ ଟ୍ରାନ୍ସପୋର୍ଟ କମ୍ପାନୀଙ୍କ ଉଦାସୀନତା – ଗ୍ୟାସ୍ ସିଲିଣ୍ଡର ଭର୍ତି ଟ୍ରକ୍ ସହ ଡ୍ରାଇଭରଙ୍କ ଧାରଣା

ବାଲେଶ୍ୱର, ୦୭/୦୨/୨୦୨୦(ଓଡ଼ିଶା ସମାଚାର)-: ଗୋଟିଏ ପଟେ ଇଣ୍ଡିଆନ ଅଏଲ କର୍ପୋରେସନ ଅନ୍ୟ ପଟେ ତାମିଲନାଡୁର ଟ୍ରାନ୍ସପୋର୍ଟ କମ୍ପାନିର ମାଲିକ, ଏହାରି ମଧ୍ୟରେ ଦୋଛକିରେ ପଡିଛନ୍ତି ରନ୍ଧନ ଗ୍ୟାସ ସିଲିଣ୍ଡର ପରିବହନ କରୁଥିବା ଟ୍ରକ୍ ଡ୍ରାଇଭର । ନିଜ ହକ୍ ହାସଲ ପାଇଁ ନିରାଶ ହେବା ପରେ ଜାତୀୟ ରାଜପଥର ସେରଗଡ ନିକଟରେ ସିଲିଣ୍ଡର ଭର୍ତି ଟ୍ରକ୍ ଅଟକାଇ ଧାରଣା ଦେଇଛନ୍ତି ୪୪ଜଣ ଡ୍ରାଇଭର । ଇଣ୍ଡିଆନ ଅଏଲ କର୍ପୋରେସନର ବାଲେଶ୍ୱର ବଟ୍‌ଲିଂ ପ୍ଲା୍‌ନ୍ଟରୁ ବିଭିନ୍ନ ଜିଲ୍ଲାକୁ ସିଲିଣ୍ଡର ପରିବହନ ପାଇଁ ୨୦୦ରୁ ଉର୍ଦ୍ଧ୍ୱ ଟ୍ରକ୍ ନିୟୋଜିତ ହୋଇଥିବା ବେଳେ ସେଥିମଧ୍ୟରୁ ତାମିଲନାଡୁର ଶ୍ରୀଲକ୍ଷ୍ମୀ ଟ୍ରାନ୍ସପୋର୍ଟ ସର୍ଭିସେସ୍‌, ବାଲାଜୀ ଟ୍ରାନ୍ସପୋର୍ଟ, ଆର ଉମାଦେବୀ ଟ୍ରାନ୍ସପୋର୍ଟ, ରାମଜ୍ୟୋତି ଟ୍ରାନ୍ସପୋର୍ଟ, ପେରୟାନ୍ଦରଭର ଟ୍ରାନ୍ସପୋର୍ଟ ପ୍ରଭୃତି ପାଂଚ ଗୋଟି କମ୍ପାନୀର ୪୪ଟି ଟ୍ରକ ଅନରୂପ ପରିବହନ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ତେବେ ଟ୍ରାନ୍ସପୋର୍ଟ କମ୍ପାନିର ମାଲିକମାନେ ଟ୍ରକ୍ ଚଳାଇବା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାର ଡ୍ରାଇଭରମାନଙ୍କୁ ୨୫ ହଜାର ଟଙ୍କାର ଦରମା ପ୍ରଦାନର ପ୍ରତିଶ୍ରୁତି ସହ ନିଯୁକ୍ତି ଦେଇଥିଲେ । ମାତ୍ର ଦୀର୍ଘ ୧୩ମାସ ଧରି ସେମାନେ ଟ୍ରକ୍ ଚଳାଇ ଆସୁଥିଲେ ବି ସେମାନଙ୍କୁ ମାତ୍ର ୩ ହଜାର ଟଙ୍କା ଓ ଖାଦ୍ୟ ପାଇଁ ୬ ହଜାର ଟଙ୍କା ପ୍ରଦାନ କରାଯାଉଥିବା ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି । ଟ୍ରକ୍ ନେଇ ବିଭିନ୍ନ ଦୂର ଦୂରାନ୍ତ ଜିଲ୍ଲାକୁ ଯାଉଥିବା ବେଳେ ଟ୍ରକ୍‌ରେ କୌଣସି ହେଲପର ମଧ୍ୟ ନିଯୁକ୍ତି ଦିଆଯାଉନାହିଁ । ଟ୍ରାନ୍ସପୋର୍ଟ କମ୍ପାନୀମାନେ ଟ୍ରକ୍‌ଗୁଡିକର ଆଦୌ ମରାମତି କରୁନଥିବା ବେଳେ ସେଥିପାଇଁ କୌଣସି ପ୍ରକାର ଖର୍ଚ୍ଚ ମଧ୍ୟ ପ୍ରଦାନ କରୁନାହାନ୍ତି । ଡ୍ରାଇଭରମାନଙ୍କୁ ମାସରେ ଗୋଟିଏ ବି ଦିନ ଛୁଟି ମିଳୁନଥିବା ବେଳେ ଦିନେ ଦୁଇ ଦିନ ଛୁଟି ନେଲେ ଦରମା କଟାଯାଉଥିବା ସେମାନେ ଆରୋପ ଉଠାଇଛନ୍ତି । ଏ ସମ୍ପର୍କରେ ଟ୍ରାନ୍ସପୋର୍ଟ କମ୍ପାନୀ ମାଲିକମାନଙ୍କ ସହ ବାରମ୍ବାର ଯୋଗାଯୋଗ କରାଯିବା ସତ୍ୱେ ସେମାନେ ଡ୍ରାଇଭରମାନଙ୍କ କଥା ଶୁଣିବାକୁ ଆଦୌ ପ୍ରସ୍ତୁତ ନଥିବା ବେଳେ ଇଣ୍ଡିଆନ ଅଏଲ କର୍ପୋରେସନ କର୍ତୃପକ୍ଷ ମଧ୍ୟ ଟ୍ରାନ୍ସପୋର୍ଟ କମ୍ପାନୀର କର୍ମଚାରୀଙ୍କ କଥା ଶୁଣିବେ ନାହିଁ ବୋଲି ରୋକଠୋକ୍ କହିଦେଇଥିବା ଡ୍ରାଇଭରମାନେ ପ୍ରକାଶ କରିଛନ୍ତି । ଟ୍ରାନ୍ସପୋର୍ଟ କମ୍ପାନୀ ପ୍ରତିଶ୍ରୁତି ମୁତାବକ ମାସିକ ୨୫ ହଜାର ଟଙ୍କା ଦରମା ପ୍ରଦାନ, ପ୍ରତ୍ୟେକ ଟ୍ରକରେ ହେଲପର ନିଯୁକ୍ତି, ପ୍ରତ୍ୟେକ ରବିବାର ସହ ଅନ୍ୟ ସରକାରୀ ଛୁଟି ପ୍ରଦାନ, ସେମାନଙ୍କ ପାଇଁ ପୋଷାକ ଓ ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ଡ୍ରାଇଭରମାନେ ଦାବି କରିଛନ୍ତି । ତେବେ ବାରମ୍ବାର ଦାବି ଜଣାଇବା ପରେ କିଛି ଫଳ ନ ମିଳିବାରୁ ଅନ୍ୟ ଉପାୟ ନ ପାଇ ଟ୍ରକ୍ ଗୁଡିକୁ ଅଟକ ରଖିଥିବା ସେମାନେ କହିଛନ୍ତି । ଟ୍ରାନ୍ସପୋର୍ଟ କମ୍ପାନି ମାଲିକମାନେ ବାଲେଶ୍ୱରରେ ପହଂଚି ସେମାନଙ୍କ ଦାବି ନ ମାନିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଡ୍ରାଇଭରମାନେ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ତିନି ଦିବ୍ୟାଙ୍ଗଙ୍କୁ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ

ରାୟଗଡ, ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ରାୟଗଡଜିଲ୍ଲାର ଥେରୁବାଲି ସ୍ଥିତ ଇାମ୍‌ଫା ୍‌କାରଖାନା ଦ୍ୱାରା ପରିଚାଳିତ ସାମାଜିକ ପ୍ରତିବଦ୍ଧାତା କାର୍ଯ୍ୟକ୍ରମ ବଂଶୀଧର ଇଲା …

Leave a Reply

Your email address will not be published. Required fields are marked *