Monday , December 9 2019
Home / କୃଷି / ଆଇଏଫଏଫଡିସି ପକ୍ଷରୁ  ଗୋ – ଚିକିତ୍ସା ଶିବିର

ଆଇଏଫଏଫଡିସି ପକ୍ଷରୁ  ଗୋ – ଚିକିତ୍ସା ଶିବିର

ମହାକାଳପଡା, ୧୮/୧୧/୨୦୧୯(ଓଡ଼ିଶା ସମାଚାର)- ଇଫକୋ-ଆଇଏଫଏଫଡିସି ମିଳିତ ସହଯୋଗରେ କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣୀ ପଂଚାୟତର ବେତ ବେଲାରୀ ଗ୍ରାମରେ ଏକ ମାଗଣାରେ ଗୋ-ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚିକିତ୍ସା ଶବିରରେ ଗ୍ରାମର ଶତାଧିକ ଗାଈ, ବାଛୁରୀ, ବଳଦ, ଛେଳି, ମେଣ୍ଢା ଆଦି ଗୃହପାଳିତ ପ୍ରାଣୀମାନଙ୍କୁ ଚିକିତ୍ସା କରାଯାଇ ଆବଶ୍ୟକ ଔଷଧପତ୍ର ମାଗଣାରେ ବନ କରାଯାଇଥିଲା । ଗୃହ ପାଳିତ ପ୍ରାଣୀମାନଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଥିଲା । ମହାକଳପଡା ପ୍ରାଣୀ ଚିକତ୍ସା କେନ୍ଦ୍ରର ପ୍ରାଣୀ ଚିକିତ୍ସକ ଡଃ.ସ୍ମୃତି ରଂଜନ   ରାଉତ ଉପସ୍ଥିତ ରହି ପ୍ରାଣୀମାନଙ୍କୁ ଚିକିତ୍ସା କରାଇଥିଲେ । ଆଇଏଫଏଫଡିସି ର ରାଜ୍ୟ ସଂଯୋଜକ ତନବିର ନାଶିକ୍ ଖାନ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ କେନ୍ଦ୍ରପଡା ଜିଲା ଆଇଏଫଏଫଡିସି ର କ୍ଷେତ୍ର ଅଧିକାରିଣୀ ଗିତାଞ୍ଜିଳୀ ପାଇଟାଳ ଓ ଅଜୟ କୁମାର ବଳବନ୍ତରାୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, …

Leave a Reply

Your email address will not be published. Required fields are marked *