Thursday , September 19 2019
Breaking News
Home / କ୍ରୀଡ଼ା / ଆଂଚଳିକ କବାଡ଼ି ପ୍ରତିଯୋଗିତା ଉଦଘାଟିତ

ଆଂଚଳିକ କବାଡ଼ି ପ୍ରତିଯୋଗିତା ଉଦଘାଟିତ

କୁଜଙ୍ଗ, ୨୫/୦୭/୨୦୧୯(ଓଡ଼ିଶା ସମାଚାର)- ରାହାମା ସାଇଲୋ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଆଜି ନବୋଦୟ ବିଦ୍ୟାଳୟ ଭୋପାଳ ରିଜିଅନର ୧୧ଟି କ୍ଲଷ୍ଟରକୁ ନେଇ ଆଂଚଳିକସ୍ତରର କବାଡ଼ି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟଅତିଥି ଜିଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାଶ ଉଦଘାଟନ କରି କ୍ରୀଡ଼ା ମୈତ୍ରୀ, ସଂହତି ଓ ଭାତୃଭାବ ସୃଷ୍ଟି କରିଥାଏ ଯାହା ଦେଶ ଓ ରାଜ୍ୟକୁ ସବୁକ୍ଷେତ୍ରରେ ସମୃଦ୍ଧ କରିବା ସହ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ଓ ସାହାସ ନିର୍ମାଣ କରିଥାଏ ବୋଲି କହିଥିଲେ । ଜଗତସିଂହପୁର ଶାରିରୀକ ଶିକ୍ଷା ପରିଦର୍ଶକ ଛବିନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଜଗତସିଂହପୁର ନବୋଦୟର ସତ୍ୟବ୍ରତ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଅତନୁ ରାୟ, ସମାଜସେବୀ ସୁନାକର ବେହେରା, କ୍ରୀଡାଶିକ୍ଷକ ଏସ୍.କେ. ଜେନା, ପି.କେ. ବାରିକ ପ୍ରମୁଖ ଯୋଗଦେଇଥିଲେ । ରାହାମା ନବୋଦୟ କ୍ରୀଡ଼ାଶିକ୍ଷକ ବୈକୁଣ୍ଠ ବେହେରା ଉତ୍ସବ ପରିଚାଳନା କରିଥିବା ବେଳେ ଭୋପାଳ, ରାୟପୁର, ବସ୍ତର, ସୁନ୍ଦରଗଡ, ଫୁଲବାଣୀ, ଇନ୍ଦୋର, ଗ୍ୱାଲିିଅର, କଟନୀ, କଟକ, ଜବଲପୁର,ରାୟଗଡ କ୍ଲଷ୍ଟରର ୫୨୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କ୍ରୀଡାଶିକ୍ଷକ ଅମୂଲ୍ୟ ଜେନା, ବନ୍ଦିତା ମହାନ୍ତି, ମିନାକ୍ଷୀ ବାରିକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଦ୍ୱାଦଶ କନିଷ୍ଠ ରାଜ୍ୟ ନେଟବଲ୍ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ୭ ତାରିଖରୁ କିଶୋର ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଦ୍ଘାଟିତ ହୋଇଥିବା ଦ୍ୱାଦଶ …

Leave a Reply

Your email address will not be published. Required fields are marked *