Thursday , September 19 2019
Breaking News
Home / ବିଶେଷ / ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣଘଟଣାରେ ଜେଲଗଲେ ଅଭିଯୁକ୍ତ ଶିକ୍ଷକ

ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣଘଟଣାରେ ଜେଲଗଲେ ଅଭିଯୁକ୍ତ ଶିକ୍ଷକ

ବୌଦ୍ଧ, ୦୮/୦୯/୨୦୧୯(ଓଡ଼ିଶା ସମାଚାର)-ବୌଦ୍ଧଜିଲା ହରଭଙ୍ଗା ଥାନା ଧଳପୁର ପଂଚାୟତ ର ଖରସଙ୍କୁଲୋଇ ମଧ୍ୟଇଂଗ୍ରାଜୀ ବିଦ୍ୟାଳୟରେ ଗଣେଶପୂଜା ଦିନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନଂଜୟ ପାତ୍ର ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗତ ସୋମବାର ଦିନ ହରଭଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ହରଭଙ୍ଗା ଥାନାରେ କେସ ନଂ୬୨/୧୯ ରେ ଏକ ମାମଲା ରୁଜୁ ହୋଇଥିଲା । ମାମଲା ଜାଣିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ଫେରାର ହୋଇଯାଇଥିଲେ । ଏହି ଘଟଣା ଜିଲାରେ ହଇଚଇ ସୃଷ୍ଟି କରିଥିବା ଗତ ୪ ତାରିଖରେ ତୁରନ୍ତ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ପାଇଁ ବିଦ୍ୟାଳୟରେ ତାଲା ପକାଇଥିଲେ । ବୌଦ୍ଧ ପୋଲିସ ଘଟଣାକୁ ଗୁରୁତ୍ୱର ସହିତ ନେବା ସହ ତୁରନ୍ତ ଅଭିଯୁକ୍ତ ପ୍ରଧାନଶିକ୍ଷକକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଘଟଣାର ଛଅ ଦିନ ପରେ ବୌଦ୍ଧ ଏସ୍ଡିପିଓ ସାଲେଷ୍ଟିନ ଟିଗାଙ୍କ ନେତୃତ୍ୱରେ ହରଭଙ୍ଗା ଓ ପୁରୁଣାକଟକ ପୋଲିସ ଶନିବାର ସକାଳୁ ମିଳିତ ଭାବେ ଚଢାଉ କରି ଅନୁଗୋଳ ଜିଲା ଆଠମଲିକ ମାଧପୁର ଅଂଚଳରୁ ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ରୀ ପାତ୍ରଙ୍କୁ ଶଶୁର ଘର ଲୁଣହାଣ୍ଡି ଗ୍ରାମରୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ପରେ ପୋଲିସ ଶନିବାର ଦିନ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଧନଂଜୟ ପାତ୍ରଙ୍କୁ ବୌଦ୍ଧ ସ୍ପେଶାଲ ଜଜ ତଥା ଅତିରିକ୍ତ ଜିଲା ଦୌରାଜଜ ଙ୍କ ଅଦାଲତରେ ହାଜର କରିଥିଲା । ବିଚରାପତି ୧୪ଦିନ ପାଇଁ ଅଭିଯୁକ୍ତ ଶିକ୍ଷକଙ୍କୁ ଜେଲ ହାଜତକୁ ପଠାଇବା ସହ ଆସନ୍ତା୧୩ ତାରିଖରେ ଜାମିନ ଉପରେ ଶୁଣାଣୀ କରିବାକୁ ଦିନ ଧାର୍ଯ୍ୟ କରିଥିବାବେଳେ ଏହି ମାମଲାରେ ସମସ୍ତ କେସ ଡାଏରୀ କୋର୍ଟକୁ ଦେବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ମାମଲାର ତଦନ୍ତକାରୀ ଅଧିକାରୀ ବୌଦ୍ଧ ଏସ୍ଡିପିଓ ସାଲେଷ୍ଟିନ ଟିଗା ଙ୍କୁ ପଚାରିବାରୁ ଶନିବାର ଭୋର ସମୟର ଅଭିଯୁକ୍ତ ତାର ଶଶୁର ଘର ଅନୁଗୋଳ ଜିଲା ଲୁଣହାଣ୍ଡିରେ ଥିବାଜାଣି ଚଢାଉ କରି ଗିରଫ କରଯାଇଛି ଓ ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷାକୁ ନେଇ ସଚେତନତା

ରାଜଗାଙ୍ଗପୁର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ ଏକ ମୁଖ୍ୟ କାରଣ ହୋଇଥିବା ଯୋଗୁ …

Leave a Reply

Your email address will not be published. Required fields are marked *