Saturday , December 7 2019
Home / ବିଶେଷ / ଅଲ୍ ଇଣ୍ଡିଆ ଲୟର୍ସ ୟୁନିଅନ ଖୋର୍ଦ୍ଧାଜିଲ୍ଲା ପକ୍ଷରୁ ଅଲୋଚନା ଚକ୍ର

ଅଲ୍ ଇଣ୍ଡିଆ ଲୟର୍ସ ୟୁନିଅନ ଖୋର୍ଦ୍ଧାଜିଲ୍ଲା ପକ୍ଷରୁ ଅଲୋଚନା ଚକ୍ର

ବିଚାର ବିଭାଗୀୟ ସ୍ୱାଧୀନତାରେ ଆଇନଜୀବୀଙ୍କ ଭୂମିକା

ଭୁବନେଶ୍ୱର ,୦୩/୧୨/୨୦୧୯(ଓଡ଼ିଶା ସମାଚାର)-ଭାରତ ଗଣତନ୍ତ୍ରର ଯେଉଁ ଚାରଟି ସ୍ତମ୍ଭ ରହିଛି ସେଥି ଭିତରୁ ବିଚାର ବିଭାଗ ଅନ୍ୟତମ । ସର୍ବ ଭାରତୀୟ ଓକିଲସଂଘ, ଖୋର୍ଦ୍ଧାଜିଲ୍ଲା ଶାଖାର ଏକ ବୈଠକ ଇନଷ୍ଟିଚୁ୍ୟଟ ଅଫ ଇଂଜିନିୟରସ ସଭା କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବରିଷ୍ଠ ଆଇନଜୀବୀ ଏବଂ ଓଡିଶା ବାର କାଉନସିଲର ପୂର୍ବତନ ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର ମୂଖ୍ୟବକ୍ତାଭାବେ ଯୋଗଦେଇ ଉଦଘାଟନୀ ସଭାର ଆଭିମୂଖ୍ୟ ସଂପର୍କରେ ଆଲୋକପାତ କରିବା ସହିତ ଓକିଲମାନଙ୍କ ଦାୟୀତ୍ୱବୋଧ କର୍ତବ୍ୟ ଓ ଜିଲ୍ଲା ଶାଖାର କାର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ “ବିଚାର ବିଭାଗୀୟ ସ୍ୱାଧୀନତାରେ ଆଇନଜୀବୀଙ୍କ ଭୂମିକା” ଶୀର୍ଷକ ଆଲୋଚନା ଚକ୍ରରେ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପାଣିଗ୍ରାହୀ, ରାଜ୍ୟ ବାର କାଉନସିଲର ଉପ ସଭାପତି ତଥା ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ବରିଷ୍ଠ ଆଇନଜୀବୀ ଅଜିତ ଦାସ ପ୍ରମୁଖ ବହୁ ଆଇନଜୀବୀ ଯୋଗ ଦେଇ ନିଜର ମତାମତ ରଖିଥିଲେ । ଉକ୍ତ ସଭାରେ ଖୋର୍ଦ୍ଧାଜିଲ୍ଲା ପକ୍ଷରୁ କର୍ମକର୍ତା ନିର୍ବାଚନ କରାଯାଇ କର୍ମକର୍ତାଙ୍କ ନାମ ବିଧିବଦ୍ଧଭାବେ ଘୋଷଣା କରାଯାଇଛି । ସର୍ବଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ ଖୋର୍ଦ୍ଧାଶାଖାର ସଭାପତି ଭାବରେ ନିର୍ବାଚିତ ହୋଇଥିଲାବେଳେ ସୁଶାନ୍ତ କୁମାର ଦାସ ଉପସଭାପତି, ଶ୍ରୀମତୀ ସଂଗୀତା ପଟ୍ଟନାୟକ- ସାଧାରଣ ସଂପାଦିକା ଓ ଦୀପ୍ତି ପ୍ରସାଦ ନନ୍ଦ- ସହକାରୀ ସଂପାଦକ, ଖାରବେଳ ଐର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ ସର୍ବ ସହମତିରେ ଓକିଲମାନଙ୍କ ପାଇଁ ଷ୍ଟାଇପେଣ୍ଡ ଏବଂ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବ ପାରିତ କରାଯାଇ ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରାଯାଇଅଛି ।କାର୍ଯ୍ୟକ୍ରମକୁ ସୁରେଶ ଚନ୍ଦ୍ର ରାଉତରାୟ ପରିଚାଳନା କରୁଥିଲେ ବୋଲି ସାଧାରଣ ସଂପାଦିକା ସଂଗୀତା ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *