Saturday , November 16 2019
Breaking News
Home / ବିଶେଷ / ଅଲିଭ୍ ରିଡ୍ଲେ କଇଁଛ ସୁରକ୍ଷା ପାଇଁ ୭ମାସ ମାଛ ଧରା ବନ୍ଦ୍ – ଚିନ୍ତାରେ ମତ୍ସ୍ୟଜିବୀ

ଅଲିଭ୍ ରିଡ୍ଲେ କଇଁଛ ସୁରକ୍ଷା ପାଇଁ ୭ମାସ ମାଛ ଧରା ବନ୍ଦ୍ – ଚିନ୍ତାରେ ମତ୍ସ୍ୟଜିବୀ

ପାରାଦ୍ୱୀପ,୦୨/୧୧/୨୦୧୯(ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଅଲିଭ୍ ରିଡଲେ କଇଁଛ ସୁରକ୍ଷା ପାଇଁ ଅକ୍ଟୋବର ୧ତାରିଖରୁ ଓଡିଶା ଜଙ୍ଗଲ ବିଭାଗ ପକ୍ଷରୁ ଦୀର୍ଘ ୭ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ନିଷେଧ କରାଯାଇଛି । ଏହି ସମୟରେ କଇଁଛ ମାନଙ୍କର ଅଣ୍ଡାଦେବା ସମୟକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାଛଧରା ବୋଟ ମାନଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଦ୍ଧ କରାଯାଇଛି । ତେବେ ଦୀର୍ଘ ଦିନ ଧରି ମାଛଧରା ବନ୍ଦ ରହିଲେ ମତ୍ସ୍ୟଜିବୀମାନେ ଘୋର ଆର୍ôଥକ ସଙ୍କଟ ଦେଇ ଗତିକରିଥାନ୍ତି । ତେବେ ପାରାଦ୍ୱୀପର ସ୍ଥାନୀୟ ମତ୍ସ୍ୟଜିବୀମାନେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲାବେଳେ ସେମାନଙ୍କ ଜୀବନଧାରଣ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ଏହି ମର୍ମରେ ସମୁଦ୍ର ମଧ୍ୟରେ ମାଛଧରା ନିଷେଧାଞ୍ଚଳର ସ୍ଥାନ ଚିହ୍ନଟ କରି ଅନ୍ୟ ସ୍ଥାନରେ ମାଛ ଧରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ସଂଘର ସଭାପତି ସୁମନ୍ତ କୁମାର ବିଶ୍ୱାଳ କହିଛନ୍ତି ଯେ ପାରାଦ୍ୱୀପ ନିକଟସ୍ଥ ମୁହାଁଣ ଧିରେ ଧିରେ ପୋତି ହୋଇ ଏହାର ଗଭୀରତା ହରାଉଥିବା ଦୃଷ୍ଟିରୁ ମାଛ ଧରା ବୋଟ୍ ମାନେ ବରୁଣେଇରେ ମାଛ ମାରିବା ଶ୍ରେୟସ୍କର ମଣିଥାନ୍ତି । କିନ୍ତୁ ଏହି ପ୍ରତିବନ୍ଧକ ଦ୍ୱାରା ସେଠାରେ ମାଛ ଧରିହେଉ ନାହିଁ । ଏବଂ ଅତିତରେ ଏଠାରେ ମାଛଧରି ବହୁ ବୋଟକୁ ଜଙ୍ଗଲ ବିଭାଗ ସିଜ୍ କରିଛନ୍ତି । ତେବେ ଏହି ପ୍ରତିବନ୍ଧକ ଯୋଗୁଁ ଏବେ ପାରାଦ୍ୱୀପର ହଜାର ହଜାର ମତ୍ସ୍ୟଜିବୀ ନିଜ ଜୀବିକା ପାଇଁ ଏବେ ଚିନ୍ତାରେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *