Friday , October 18 2019
Breaking News
Home / କ୍ରୀଡ଼ା / ଅଲଇଣ୍ଡିଆ ଟ୍ରାଡିସନାଲ ସଟକିନ କରାଟେ ପ୍ରତିଯୋଗୀତା – ତେଲକୋଇ ଆଦିବାସୀ ଯୁବକଙ୍କୁ ୨ ବ୍ରୋଞ୍ଜ

ଅଲଇଣ୍ଡିଆ ଟ୍ରାଡିସନାଲ ସଟକିନ କରାଟେ ପ୍ରତିଯୋଗୀତା – ତେଲକୋଇ ଆଦିବାସୀ ଯୁବକଙ୍କୁ ୨ ବ୍ରୋଞ୍ଜ

କେନ୍ଦୁଝର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଅଲଇଣ୍ଡିଆ ଟ୍ରାଡିସନାଲ ସଟକନ କରାଟେ ପ୍ରତିଯୋଗୀତାରେ ତେଲକୋଇ ମୁଖ୍ୟାଳୟର ବାଲିସାହିର ଆଦିବାସୀ ଯୁବକ ବିଜୟ କୁମାର ମୁଣ୍ଡା ୨ଟି ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛନ୍ତି । ଏଥିରେ କରାଟେ ପ୍ରତିଯୋଗୀତାରେ ୨୫ବର୍ଷ ବର୍ଗର ଜାତୀୟ ସ୍ତରର ପ୍ରତିଯୋଗୀତା ହୋଇଥିଲା । କତା, କୁମତ ଖେଳରେ ୨ଟି ବ୍ରୋଞ୍ଜ ପଦକଜ ବିଜୟ ହାସଲ କରି ଅଂଚଳ ପାଇଁ ଗୈାରବ ଆଣିଛନ୍ତି । ଏନେଇ ଅଂଚଳରେ ଆନନ୍ଦର ଲହରି ଖେଳିଯାଇଛି । ତାଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇକ୍ତି । ୨୦୧୮ ମସିହାରେ ଏହି କରାଟେ ଖେଳରେ ବ୍ରୋଞ୍ଜ ପଦକ ପାଇବା ପରେ ରାଜ୍ୟ କରାଟେ ଫେଡେରେସନ ପକ୍ଷରୁ ୨ୟ ଥର ତାଙ୍କୁ ଚୟନ କରାଯାଇଥିଲା । ଏଥିରେ ୨ଟି ବିଭାଗରେ ୨ଟି ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ କୃତିତ୍ୱ ହାସଲ କରିଛନ୍ତି । ଜାତୀୟ ସ୍ତରର ଏହି ପ୍ରତିଯୋଗୀତାରେ ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ଓଡିଶାରୁ ଚୟନ ହୋଇଥିବା ବିଜୟ କୁମାର ମୁଣ୍ଡା ୨ଟି ବ୍ରୋଞ୍ଜ ପଦକ ପାଇ ରାଜ୍ୟ ତଥା କେନ୍ଦୁଝର ଓ ତେଲକୋଇକୁ ଗୌରବାନ୍ୱିତ କରିଛନ୍ତି । ଗତ ୧୩ ଓ ୧୪ ତାରିଖରେ ଏହି ପ୍ରତିଯୋଗୀତା କଟକ ସ୍ଥିତ ନେହୁରୁ ଇନଡୋରରେ ଖେଳାଯାଇଥିଲା । ମୁଖ୍ୟ ଅତିଥି ଭାବରେ ସେକ୍ରେଟାରୀ, ଟେକନିକାଲ, ଡାଇରେକ୍ଟର ସିହାନ ଆଦିତ୍ୟ ମିଶ୍ର ଓ ରାଜ୍ୟ ଚୟନ କମିଟିର ଅଧକ୍ଷ ବି.ଆର ସାମଲ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ କ୍ଷେତ୍ରରେ ଶ୍ରୀମତୀ ସୁମିତ୍ରା ତି୍ରପାଠୀ ପ୍ରଥମ ମହିଳା ବିଚାରକ

ଭୁବନେଶ୍ୱର,୦୯/୧୦/୨୦୧୯ ( ଓଡ଼ିଶା ସମାଚାର)- ୨୭.୯.୨୦୧୯ରିଖ ଠାରୁ ତା ୩.୧୦.୨୦୧୯ରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ବାଟାମଠାରେ ଅନୁଷ୍ଠିତ ୫୩ତମ ଏସିଆନ ସୁନ୍ଦର …

Leave a Reply

Your email address will not be published. Required fields are marked *