Wednesday , December 11 2019
Home / ବିଶେଷ / ଅରଡଙ୍ଗ ଲିଙ୍ଗ ପୋଖରୀ ଲିଜ ବିବାଦ – ୭ଟି ଗୋଷ୍ଠୀର ମହିଳା ବ୍ଲକ ସମ୍ମୁଖରେ ଧାରଣା ଦେଲେ

ଅରଡଙ୍ଗ ଲିଙ୍ଗ ପୋଖରୀ ଲିଜ ବିବାଦ – ୭ଟି ଗୋଷ୍ଠୀର ମହିଳା ବ୍ଲକ ସମ୍ମୁଖରେ ଧାରଣା ଦେଲେ

ତିର୍ତୋଲ,୦୩/୧୧/୨୦୧୯(ଓଡ଼ିଶା ସମାଚାର)- ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ଅରଡଙ୍ଗ ଗ୍ରାମର ଲିଙ୍ଗ ପୋଖରୀ ଲିଜ ବିବାଦ ସମାଧାନ ନ ହେବାରୁ ଗ୍ରାମର ୭ଟି ଗୋଷ୍ଠୀର ମହିଳାମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ପୂର୍ବରୁ ଏହି ୭ଟି ସ୍ୱୟଂସହାୟକ ଗୋଷ୍ଠୀ ତରଫରୁ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଙ୍ଗ ପୋଖରୀକୁ ଗୋବିନ୍ଦପୁର ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ଚଂଚକତା କରାଯାଇ ମା’ ଶାରଳା ସ୍ୱୟଂସହାୟକ ଗୋଷ୍ଠୀକୁ ଦୀର୍ଘକାଳୀନ ଲିଜ ପ୍ରଦାନ କରାଯାଇଥିବା ଅଭିଯୋଗ କରାଯାଇ ଥିଲା । ତେଣୁ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଭିଯୋଗର ବିଚାରକରି ତିର୍ତୋଲ ବିଡିଓ ରଞ୍ଜନ କୁମାର ପରିଡାଙ୍କୁ ଏହାର ତଦନ୍ତକରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ । ଗତ ୨୧ ତାରିଖ ବିଡିଓ ଶ୍ରୀ ପରିଡା, ଜିପିଓ ସଞ୍ଜୟ ଦାସ, ଓଡ଼ିଶା ଜୀବିକା ମିଶନର ବିପିଏମ, ମହିଳା ଓ ସମନ୍ୱିତ ଶିଶୁବିକାଶ କାର୍ଯ୍ୟାଳୟର ସୁପରଭାଇଜର ପ୍ରମୁଖ ଗ୍ରାମକୁ ଯାଇ ଏହାର ତଦନ୍ତ କରିଥିଲେ । କିନ୍ତୁ ତଦନ୍ତର ୭ଦିନ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହାର ପ୍ରତିବାଦରେ ଆଜି ୭ଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ପରେ ବ୍ଲକ କାର୍ଯ୍ୟାଳୟରୁ ଏହି ତଦନ୍ତ ରିପୋର୍ଟ ୨୪ ତାରିଖ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି ବୋଲି ଜାଣିବାକୁ ପାଇଥିଲେ ଏବଂ ତଦନ୍ତ ରିପୋର୍ଟର ନକଲ ପାଇଲା ପରେ ମହିଳାମାନେ ଧାରଣାରୁ ଉଠିଥିଲେ । ଏହି ତଦନ୍ତ ରିପୋର୍ଟରେ ଲିଜକୁ ବାତିଲ କରାଯାଇ ଗ୍ରାମର ସମସ୍ତ ସ୍ୱୟଂସହାୟକ ଗୋଷ୍ଠୀଙ୍କ ମଧ୍ୟରେ ପୁନର୍ବାର ନିଲାମ ଡାକିବା ନେଇ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ୪୫ ଫାଷ୍ଟଟ୍ରାକ କୋର୍ଟ

ଭୁବନେଶ୍ୱର ,୧୧/୧୨/୨୦୧୯(ଓଡ଼ିଶା ସମାଚାର)-ମହିଳା ଓ ଶିଶୁ ନିର୍ଯ୍ୟାତନା ମାମଲାର ତ୍ୱରିତ ବିଚାର ପାଇଁ ରାଜ୍ୟରେ ଖୁବଶୀଘ୍ର ୪୫ଟି ଫାଷ୍ଟଟ୍ରାକ କୋର୍ଟ …

Leave a Reply

Your email address will not be published. Required fields are marked *