Saturday , December 7 2019
Home / ବିଶେଷ / ଅଭିଯୁକ୍ତ ଇନିସପେକ୍ଟର ଶ୍ୟାମଘନଙ୍କୁ କୋର୍ଟରୁ ଜେଲକୁ ପଠାଇବା ବେଳେ ଟାଉନ ଥାନା ଅଧିକାରୀଙ୍କ ଦବଙ୍ଗଗିରି

ଅଭିଯୁକ୍ତ ଇନିସପେକ୍ଟର ଶ୍ୟାମଘନଙ୍କୁ କୋର୍ଟରୁ ଜେଲକୁ ପଠାଇବା ବେଳେ ଟାଉନ ଥାନା ଅଧିକାରୀଙ୍କ ଦବଙ୍ଗଗିରି

କେନ୍ଦ୍ରାପଡା ୦୩/୧୨/୨୦୧୯(ଓଡ଼ିଶା ସମାଚାର)-ମହାକାଳପଡା ଥାନା ହାଜତ ମୃତୁ୍ୟ ମାମଲାର ମୁଖ୍ୟ ଅଭିଯୁକ୍ତ ଇନିସପେକ୍ଟର ଶ୍ୟାମଘନ ବେହେରାଙ୍କ ଜାମିନ ଆବେଦନ ଜିଲ୍ଲାଜଜଙ୍କ କୋର୍ଟରେ ନାମଞ୍ଜୁର ହେବା ପରେ ସନ୍ଧ୍ୟା ପ୍ରାୟ ସାଢେ୬ଟା ସମୟରେ ସି.ଏସ.ଆଇ ନିକଟରେ ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନେତୃତ୍ୱରେ ଟାଉନ ଥାନାର ସମସ୍ତ ପୋଲିସ ଏସ.ଆଇ. ଓ ପୋଲିସ ଫୋର୍ସଙ୍କ ସହିତ ସଂପୂର୍ଣ୍ଣ ଅଂଚଳକୁ ଘେରାଉ କରାଯାଇଥିଲା । ଏକ ପୋଲିସ ଜିପକୁ ଅଦାଲତ ପରିସରର ବରିଷ୍ଠ ସିଭିଲଜଜଙ୍କ କୋର୍ଟ ସମ୍ମୁଖକୁ ନେଇ ରଖାଯାଇଥିଲା । ଅଭିଯୁକ୍ତ ଶ୍ୟାମଘନକୁ ପୋଲିସ କର୍ଡନରେ ଗାଡି ନିକଟକୁ ଆଣିଲା ସମୟରେ ଦୁଇ ପାଶ୍ୱର୍ରେ ଛିଡାହୋଇଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଟାଉନ ଥାନା ଅଧିକାରୀ ଶ୍ରୀ ସାମନ୍ତରାୟ ଦବଙ୍ଗଗିରି ଦେଖାଇବା ସହ ଠେଲାପେଲାକରି ସେମାନଙ୍କ କର୍ତବ୍ୟ ସମ୍ପାଦନରେ ଗୁରୁତର ବାଧା ସୃଷ୍ଟି କରିଥିଲେ । ଏମିତିକି ସେଠାରେ ଛିଡା ହୋଇଥିବା ଜନୈକ ଆଇନଜୀବିଙ୍କୁ ମଧ୍ୟ ଥାନା ଅଧିକାରୀ ଶ୍ରୀ ସାମନ୍ତରାୟ ଠେଲି ଦେଇଥିଲେ । ସେଠାରେ ଉପସ୍ଥିତ ଥିବା କେନ୍ଦ୍ରାପଡା ଏସଡିପିଓ ରାଜିବଲୋଚନ ପଣ୍ଡାଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଏସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ସେ କୈାଣସି ଉତର ଦେଇନଥିଲେ । କେନ୍ଦ୍ରାପଡାରେ ପୋଲିସର ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ର୍ଦୁବ୍ୟବହାର ଘଟଣା ପ୍ରଥମ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *