Saturday , December 7 2019
Home / ଶିକ୍ଷା / ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ

ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ

ତାରପୁର, ୩୦/୧୧/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଶିକ୍ଷା ଜିଲା ରଘୁନାଥପୁର ବ୍ଲକ୍ ଅଧିନସ୍ଥ ମହମ୍ମଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରମତୀ ମାୟାରାଣୀ ଦାଶଙ୍କ ଉଦେଶ୍ୟରେ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସରପଂଚ ସରୋଜ କୁମାର ବେହେରାଙ୍କ ତତ୍ୱାବଧାନରେ ମହା ଆଡ଼ମ୍ବରରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ସହ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ପୂର୍ବତନ ସିଆରସିସି ନିର୍ମଳେନ୍ଦୁ ସୋମଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷକ ଦିଲିପ କୁମାର ସାମଲ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବ୍ଲକ୍ ଶିକ୍ଷା ଅଧିକାରିଣୀ ରାଜଶ୍ରୀ ସାହୁ ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ମାୟାରାଣୀ ଦାଶଙ୍କର ବ୍ୟକ୍ତିତ୍ୱ , ଛାତ୍ର ବତ୍ସଳତା, ଅଭିଭାବକମାନଙ୍କୁ ନିଜର କରାଇବା ଓ ନିଜ ସହକର୍ମୀ ମାନଙ୍କ ଉତମ ସମ୍ପର୍କ ରଖି କାର୍ଯ୍ୟ କରିବା ଦକ୍ଷତାକୁ ପ୍ରସଂଶା କରିଥିଲେ । ସମ୍ମାନୀତ ଅତିଥି ଭାବେ ସିଆରସିସି ମନୋରଂଜନ ସ୍ୱାଇଁ, ସରପଂଚ ସରୋଜ କୁମାର ବେହେରା, ନିଶ୍ଚିନ୍ତକୋଇଲି ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ , ସମିତି ସଭ୍ୟଙ୍କ ପ୍ରତିନିଧି ନକୁଳ ଚନ୍ଦ୍ର ହେହେରା , ନିଖିଲ ଉକ୍ରଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର କୋଷାଧ୍ୟକ୍ଷ ଜୟପ୍ରକାଶ ପଣ୍ଡା, ସ୍କୁଲ ପରିଚାଳନା କମିଟିର ସଭାପତି ସମରେନ୍ଦ୍ର ବାରିକ , ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବାଜି ଚରଣ ସାହୁ, ରଘୁନାଥପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଧନେଶ୍ୱର ସାହୁ , ଅବସରପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ବେହେରା,ସର୍ବଶିକ୍ଷା ଅଭିଯାନ ଜଗତସିଂହପୁରର ବରିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ବରାଳ ଓ କାର୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶଙ୍କର କାର୍ଯ୍ୟକାଳ ସମୟର ଗୁଣ ଗାନ କରିବା ସହିତ ଅବସର ପରେ ତାଙ୍କ ଉତରୋତର ଉନ୍ନତି କମାନା କରିଥିଲେ । ଏହି ବ୍ଲକ୍ ରେ ତାଙ୍କର ସମସ୍ତ କାର୍ଯ୍ୟକାଳ ଅତିବାହିତ କରିଥିବାରୁ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ , ପାଚକ ପାଚିକା, ଅଙ୍ଗନୱାଡ଼ି କର୍ମୀ ମାନେ ମଧ୍ୟ ଉପଢ଼ୌକନ ଦେଇ ଶ୍ରୀମତୀ ଦାଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସହକାରୀ ଶିକ୍ଷକ ଶଙ୍କର ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଳରାମପୁର ପ୍ରାଥମିକ ବିଦ୍ୟାଳୟ ମଙ୍ଗଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ଗ୍ରାମବାସୀ ଙ୍କ ବିରୋଧ

ରଘୁନାଥପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଶିକ୍ଷାଜିଲ୍ଲା ଅଧିନରେ ଯାଉଥିବା ଇସାଣିବ୍ରହ୍ନପୁର ପଂଚାୟତର ଖେଂଟାଳ ଗ୍ରାମରେ ଅବସ୍ଥିତ ବଳରାମ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ …

Leave a Reply

Your email address will not be published. Required fields are marked *