Tuesday , July 16 2019
Home / ତାଜା ଖବର / ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ଘଟି ବାଳକ ମୃତ

ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ଘଟି ବାଳକ ମୃତ

ବାଲେଶ୍ୱର,୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ଘଟି ଜଣେ ବାଳକର ମୃତ୍ୟୁ ଘଟିଛି  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡିହି ପଂଚାୟତ ଅନ୍ତର୍ଗତ ବଳରାମପାଟଣା ଗ୍ରାମରେ  । ସୂଚନା ଅନୁଯାୟୀ, ଗତକାଲି ବଳରାମପାଟଣା ଗ୍ରାମରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା  । ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟାଇଥିଲେ  । ତନ୍ମଧ୍ୟରୁ ଗୋଟିଏ ବାଣ ଫୁଟିନଥିଲା  । ସେହି ଅଫୁଟା ବାଣରେ ସୋମନାଥ ମଲ୍ଲିକଙ୍କ ୧୨ ବର୍ଷିୟ ପୁଅ ଗୌତମ ଅଗ୍ନି ସଂଯୋଗ କରିବାରୁ ଏହା ବିସ୍ଫୋରଣ ହୋଇଥିଲା  । ଫଳରେ ତାଙ୍କ ମୁହଁ, କାନ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା  । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା  । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ରାସ୍ତାରେ ଗୌତମଙ୍କ ମୃତ୍ୟୁ ଘଟିଥିଲା  । ଓଡ଼ିଶା ସମାଚାର

About admin

Check Also

୩ ଚେନ୍ ଲୁଟେରା ଗିରଫ, ୭ ସୁନାଚେନ୍ ଜବତ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)- ଚାଉଳିଆଗଞ୍ଜ ପୁଲିସ ଏକ ସୁନାଚେନ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି …

Leave a Reply

Your email address will not be published. Required fields are marked *