Saturday , December 7 2019
Home / ବିଶେଷ / ଅପହୃତ ଝିଅକୁ ଉଦ୍ଧାର ନିମନ୍ତେ ବାପାର ଆକୁଳ ନିବେଦନ

ଅପହୃତ ଝିଅକୁ ଉଦ୍ଧାର ନିମନ୍ତେ ବାପାର ଆକୁଳ ନିବେଦନ

କେନ୍ଦ୍ରାପଡା,୦୨/୧୨/୨୦୧୯(ଓଡ଼ିଶା ସମାଚାର)-ପୋଲିସକୁ ବାରମ୍ବାର ନିବେଦନ ସତ୍ୱେ କୈାଣସି ସୁଫଳ ନମିଳିବାରୁ ଏକ ଅପହୃତ ନାବାଳିକା ଝିଅକୁ ଉଦ୍ଧାର କରାଯିବା  ନିମନ୍ତେ ତା’ର ବାପା ସୋମବାର ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ଆକୁଳ ନିବେଦନ କରିଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ମାଗୁରାଗଣ୍ଡ ପାଟଣା ଗ୍ରାମର ସୁରେନ୍ଦ୍ର କୁମାର ସାହୁ ଅଭିଯୋଗ କରିଛନ୍ତି ଯେ ଗତ ନଭେମ୍ବରମାସ ୨୦ତାରିଖ ରାତିରେ ତାଙ୍କର ୧୬ବର୍ଷର ନାବାଳିକା ସାନଝିଅକୁ କେହି ଦୁର୍ବୃତ ତାଙ୍କ ଘରୁ ଅପହରଣ କରି ନେଇଯାଇଛି ।  ଏସମ୍ପର୍କରେ ସେ ସଦର ଥାନାରେ ଗତ ନଭେମ୍ବରମାସ ୨୧ତାରିଖରେ ଲିଖିତ ଅଭିଯୋଗ କରିବା ପରେ ତାହା ଥାନା କେଶ ନମ୍ବର ୩୨୯/୨୦୧୯ରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ଝିଅକୁ ଉଦ୍ଧାର କରାଯାଇନାହିଁ । ଏତଦବ୍ୟତିତ ତାଙ୍କ ସୂଚନା ଆଧାରରେ ସଦର ଥାନା ପୋଲିସ  ଜନୈକ ଅପହୃତଙ୍କୁ ଥାନାକୁ ଆଣିଥିଲେ ମଧ୍ୟ ପରେ ତାଙ୍କୁ ଛାଡିଦେଇଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସୁରେନ୍ଦ୍ର ବାରମ୍ବାର ସଦର ଥାନାରେ ନିବେଦନ କରିଥିଲେ ବି ତାଙ୍କ ନାବାଳିକା ଝିଅକୁ ଉଦ୍ଧାର କରାନଯିବା ଘଟଣା ତାଙ୍କୁ ମର୍ମାହତ କରିଛି । ତେଣୁ ସେ ବାଧ୍ୟ ହୋଇ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଏସପିଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

କେମିତି ଚାଲିଛି ମୋ ସରକାର : ଫୋନ୍ରେ ଲୋକଙ୍କ ସହ କଥାହେଲେ ପଂଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ଦୁର୍ନୀତିକୁ ସମୂଳେ ନାଶ କରିବା ସହ ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି …

Leave a Reply

Your email address will not be published. Required fields are marked *