Friday , October 18 2019
Breaking News
Home / ଶିକ୍ଷା / ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୋମବାର ଗେଟରେ ତାଲା ପକାଇ ସ୍କୁଲ ମଧ୍ୟକୁ ଶିକ୍ଷକ ଓ କର୍ମଚାରୀଙ୍କୁ ଭିତରକୁ ଛାଡ଼ି ନଥିଲେ । ସେମାନେ ସ୍କୁଲର ବିଭିନ୍ନ ସମସ୍ୟା ପ୍ରତି ପ୍ରଧାନ ଶିକ୍ଷକ ତଥା ସ୍କୁଲ ବିଭାଗ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ କରି ଭିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍କୁଲରେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷକ ନଥିବା, ୨ଜଣ କଳା ବିଭାଗ ଶିକ୍ଷା ଓ କ୍ରୀଡ଼ା ଶିକ୍ଷକ ନଥିବା , କ୍ଲର୍କ ଓ ୨ଜଣ ପିଅନ ନଥିବା ଆଦି ଦର୍ଶାଇ ଥିଲେ । ନିଶ୍ଚିନ୍ତକୋଇଲି ବ୍ଲକ୍ ଶିକ୍ଷା ଅଧିକାରୀ ନ ଆସିବା ପର୍ଯ୍ୟନ୍ତ ଗେଟ୍ ବନ୍ଦ ରହିବ ବୋଲି ଛାତ୍ରଛାତ୍ରୀ ମାନେ ଅଡ଼ି ବସିଥିଲେ । ଏହାପରେ ଶିକ୍ଷାଅଧିକାରୀ , ବି.ଆର.ସି. , ସି.ଆର.ସି.ସି. ଆଦି ଅଧିକାରୀମାନେ ପହଂଚି ଯଥାଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ଏହି ଘଟଣାରେ ସ୍ଥାନୀୟ ଅଭିଭାବକ ରଂଜନ କୁମାର ନନ୍ଦ, ନୃସିଂହ ଚରଣ ପଣ୍ଡାଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହି ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ କଟକ ପାରାଦୀପ ରାସ୍ତା ଅବରୋଧ

ରଘୁନାଥପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଆର୍ଥିକ ଅନଗ୍ରସର ଜନ ଜାତି ଓ ଉପଜାତି ଛାତ୍ର ଛାତ୍ରୀଙ୍କ ୨୫ ପ୍ରତିଶତ ଶିକ୍ଷା …

Leave a Reply

Your email address will not be published. Required fields are marked *