Monday , December 9 2019
Home / ବିଶେଷ / ଅନଗ୍ରସର ବ୍ୟକ୍ତି ବିଶେଷଙ୍କ ଥଇଥାନ ଏବଂ ସହାୟତା ପାଇଁ ପ୍ରଥମ ନିଯୁକ୍ତି ଭିତିକ ୱେବସାଇଟ୍ ଲୋକାର୍ପିତ

ଅନଗ୍ରସର ବ୍ୟକ୍ତି ବିଶେଷଙ୍କ ଥଇଥାନ ଏବଂ ସହାୟତା ପାଇଁ ପ୍ରଥମ ନିଯୁକ୍ତି ଭିତିକ ୱେବସାଇଟ୍ ଲୋକାର୍ପିତ

ଭୁବନେଶ୍ୱର ,୧୯/୧୧/୨୦୧୯(ଓଡ଼ିଶା ସମାଚାର)-ଭାରତରେ ଅନନ୍ୟ ନିଯୁକ୍ତି ଭିତିକ ତଥା ଉଦ୍ୟୋଗ ସହାୟତାକାରୀ ପୋର୍ଟର୍ାଲ୍ ଏହାର ଅଫିସିଆଲ୍ ୱେବସାଇଟ୍ ଓଡ଼ିଶାର ଭୁବନେଶ୍ୱରରୁ ୧୮ ନଭେମ୍ବର, ୨୦୧୯ ଠାରୁୂ ସୁଭାରମ୍ଭ କରିଛି ।
ଏହି ଅନନ୍ୟ ମାନବ ସମ୍ବଳ ପ୍ଲାଟଫର୍ମ ଶାରୀରିକ, ମେଡିକାଲ କିମ୍ବା ମାନସିକ ସ୍ତରରେ ଅନଗ୍ରସର ବ୍ୟକ୍ତି ବିଶେଷଙ୍କ ଥଇଥାନ ଏବଂ ସହାୟତା ଲକ୍ଷ୍ୟ ନେଇ କାର୍ଯ୍ୟ କରିଥାଏ । ଯେଉଁମାନଙ୍କୁ ସମାଜ ତଥା ନିଜ ପରିବାର ଅଣଦେଖା କରିଥାଏ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତ ରେ ସାମିଲ କରିବା ପାଇଁ ଆମାଜିଙ୍ଗ୍ ୟୁ କାର୍ଯ୍ୟ କରିଥାଏ ।
ଏହି ଅବସରରେ ଆମାଜିଙ୍ଗ-ୟୁ ଡଟ୍ କମ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ସୁମନ ଅଞ୍ଜୟ କହିଲେ, ଆମାଜିଙ୍ଗ-ୟୁ ଡଟ୍ କମ୍ ଭାରତର ପ୍ରଥମ ସମାଜିକ ମାନବ ସମ୍ବଳ ଏବଂ ଉଦ୍ୟୋଗ ସହାୟତାକାରୀ ପୋର୍ଟାଲ୍ । ଯାହାକି ସମାଜିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ମଦର ଟେରେସାଙ୍କ କାର୍ଯ୍ୟଶୈ÷ଳି ରେ ଅନୁପ୍ରଣିତ । ଏହି ସଂସ୍ଥା ମଦର ଟେରେସାଙ୍କ ପଥକୁ ଅନୁସରଣ କରିଥାଏ । ଏହା ପ୍ରତିଟି ମନୁଷ୍ୟର ବିକାଶ ଏବଂ ଅଗ୍ରଗତି ଲକ୍ଷ୍ୟ ନେଇ କାର୍ଯ୍ୟ କରିଥାଏ ।
ଏହି ସଂସ୍ଥା ଫ୍ରେଶର୍ ଜବ୍ ସିକର୍, କ୍ୟାନସର ୱିନର, ଏଚଆଇଭି ୱିନର, ରେପ୍ ୱିନର, ଦୃଷ୍ଟି ବାଧିତ, ଶାରୀରିକ ଦୃଷ୍ଟିରୁ ସକ୍ଷମ ନ ଥିବା, ଡ୍ରଗ୍ ଅଭ୍ୟସରୁ ମୁକ୍ତି ପାଇଥିବା, ମାନବ ଚାଲାଣ ପୀଡ଼ିତ, ଉଦ୍ୟୋଗ ଇଛା ରଖିଥିବା ଗୃହିଣୀ, ଏସିଡ୍ ଆକ୍ରମଣ ପୀଡ଼ିତା ଆଦିଙ୍କ ବିକାଶ କରି ଦେଶ ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସମାଜ ଅଣଦେଖା କରୁଥିବା ଏସବୁ ବର୍ଗଙ୍କୁ ଆବଶ୍ୟକ ସହାୟତା ଉପଲବ୍ଧ କରାଇ ଆମାଜିଙ୍ଗ-ୟୁ ଡଟ୍ କମ୍ ସେମାନଙ୍କୁ ଏକ ନୂତନ ପରିଚିତି ପ୍ରଦାନ କରିବାର ପ୍ରୟାସ କରିଥାଏ ।

ଆମେ ଏଭଳି ସମାଜ ଗଠନ କରିବାକୁ ଚାହୁଁଛୁ, ଯେଉଁଠି କୌଣସି ଶାରୀରିକ ଅକ୍ଷମ କାରଣରୁ କେହି ସଫଳତା ଲାଭ କରିବାରେ ଯେପରି ପଛୁଆ ନ ପଡ଼ିଯିବେ । ଦେଶବ୍ୟାପି ଏନେଇ ସଚେତନତା ସୃଷ୍ଟି ପାଇଁ ଆମେ ପ୍ରୟାସ କରୁଛୁ । ଆମେ ଅଣବିକଶିତ ଶିଶୁଙ୍କ ପାଇଁ ୩୦ ପ୍ରତିଶତ ଅନୁଦାନ ପ୍ରଦାନ କରୁଛୁ । ଏହା ସେମାନଙ୍କୁ ଆବଶ୍ୟକ ଶିକ୍ଷା ଏବଂ ସାଧାରଣ ସୁବିଧା ସୁଯୋଗ ଉପଲବ୍ଧ କରାଇବ । ଏହା ସହିତ ଆମେ ଶିଶୁ ଶ୍ରମିକ ବିରୋଧରେ ମଧ୍ୟ ଲଢ଼େଇ ଜାରି ରଖିଛୁ । ଓଡ଼ିଶା ସମାଚାର

About admin

Check Also

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, …

Leave a Reply

Your email address will not be published. Required fields are marked *