Saturday , December 7 2019
Home / ତାଜା ଖବର / ଅଧ୍ୟାପିକାଙ୍କୁ ରାସ୍ତାରେ ଅଟକାଇ ଟଣା ଓଟରା କରି ଦୁର୍ବୃତ ଫେରାର

ଅଧ୍ୟାପିକାଙ୍କୁ ରାସ୍ତାରେ ଅଟକାଇ ଟଣା ଓଟରା କରି ଦୁର୍ବୃତ ଫେରାର

ଗରଦପୁର,୦୪/୧୨/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ଅଂଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ କର୍ମଜିବୀ ଅଧ୍ୟାପିକା କଲେଜକୁ ଆସୁଥିବା ବାଟରେ ଦୃର୍ବୃତ ଯୁବକଙ୍କ ହାବୁଡରେ ପଡି ହଟହଟା ହୋଇଛନ୍ତି । ଦୃର୍ବୃତ ଜଣଙ୍କ ଅଧ୍ୟାପିକାଙ୍କୁ ରାସ୍ତାରେ ଟଣା ଓଟରା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପ୍ରକାଶ ଯେ,ପାଟକୁରା ଥାନା ଅନ୍ତର୍ଗତ ତିକନପୁର-ଦଳଅନ୍ତା ଗ୍ରାମ୍ୟ ଉନ୍ନୟନ ରାସ୍ତାର ବେହୁଳ ଗ୍ରାମ ନିକଟରେ ଏହି ଘଟଣା ଘଟିଛି । ଏହି ଥାନା ଅନ୍ତର୍ଗତ ନିକଟସ୍ଥ ମେହେନ୍ଦିନଗର ଅଂଚଳର ଅଧ୍ୟପିକା ଜଣକ କୋରୁଆସ୍ଥିତ ଏକ କଲେଜରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି । ଆଜି ଅଧ୍ୟାପିକା ଜଣକ ଦିନ୧୦ଟା ବେଳେ ନିଜ ଘରୁ ଏକ ସ୍କୁଟି ଯୋଗେ କଲେଜକୁ ଆସୁଥିଲେ । ମାତ୍ର ବେହୁଳ ଗ୍ରାମ ନିକଟସ୍ଥ ରାସ୍ତାରେ ପୂର୍ବରୁ ଜଣେ ଯୁବକ ଏକ ପାସିଅନ ବାଇକ୍ ରେ ଆସି ସେଠାରେ ଅପେକ୍ଷା କରିଥିଲା । ଅଧ୍ୟାପିକା ଜଣକ ସେହି ରାସ୍ତାରେ ଯିବାବେଳେ,ନିଛାଟିଆ ଦେଖି ଯୁବକ ଜଣକ ଦୁଇ ହାତ ମେଲାଇ ଅଧ୍ୟାପିକାକଙ୍କୁ ଅଟକାଇଥିଲା । ଅଧ୍ୟାପିକା ଜଣକ ସେଠାରେ ଅଟକିବା ସମୟରେ ଦୁବୃତ ଯୁବକ ଜଣକ ଅଧ୍ୟାପିକାଙ୍କୁ ଅସଦାଚରଣ କରି ଟଣାଓଟରା କରିଥିଲା । ଫଳରେ ସେଠାରେ ସ୍କୁଟି ସହ ଅଧ୍ୟାପିକା ଜଣକ ରାସ୍ତା ଉପରେ ପଡିଯାଇଥିଲେ । ଏହି ଘଟଣା ଚାଲିଥିବା ସମୟରେ ସେଠାରେ ଦୁଇ ଜଣ ଲୋକ ପହଂଚିଯିିବାରୁ ସମ୍ପୃକ୍ତ ଯୁବକ ଅଧ୍ୟାପିକାଙ୍କୁ ଛାଡି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏଭଳି ପରିସ୍ଥିତିର ମୁକାବିଲା କରି ଅଧ୍ୟାପିକା ନିଜ କଲେଜରେ ପହଂଚିବା ସହିତ ନିଜ ବାପାଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ । ଅଧ୍ୟାପିକା ଏବଂ ତାଙ୍କ ବାପା ପାଟକୁରା ଥାନାରେ ପହଂଚି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ନକଲି ସାର୍ଟିଫିକେଟରେ ଚାକିରୀ, ଧରା ପଡିଲେ ୨ ଶିକ୍ଷକ

କେନ୍ଦ୍ରାପଡା ୦୨/୧୨/୨୦୧୯(ଓଡ଼ିଶା ସମାଚାର)-ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୨ ଜଣ ଶିକ୍ଷକ ଧରା ପଡିଥିବା ଜଣାପଡିଛି । ଘଟଣାରୁ …

Leave a Reply

Your email address will not be published. Required fields are marked *