Monday , December 16 2019
Breaking News
Home / ରାଜନୀତି / ଅଧାରୁ ଅଧିବେଶନ ସରିବା ପ୍ରସଙ୍ଗ : କଳଙ୍କ ଲାଗିବା ଭୟରେ ବିଧାନସଭା ବନ୍ଦ କରି ଦିଆଯାଇଛି – ବିରୋଧୀ ଦଳ

ଅଧାରୁ ଅଧିବେଶନ ସରିବା ପ୍ରସଙ୍ଗ : କଳଙ୍କ ଲାଗିବା ଭୟରେ ବିଧାନସଭା ବନ୍ଦ କରି ଦିଆଯାଇଛି – ବିରୋଧୀ ଦଳ

ଭୁବନେଶ୍ୱର ,୩୦/୧୧/୨୦୧୯(ଓଡ଼ିଶା ସମାଚାର)-ବିଧାନସଭାର ଶୀତ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ବନ୍ଦ କରିଦିଆଗଲା ।ରାଜ୍ୟରେ ଅନେକ ସମସ୍ୟା ଥିବା ସତ୍ୱେ ହଠାତ୍ବିଧାନସଭାକୁ ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକଏବଂ ରାଜ୍ୟବାସୀଙ୍କୁ ଧୋକ୍କା । ଶାସକ ଦଳରାଜ୍ୟବାସୀଙ୍କ ସମସ୍ୟାକୁ ସାମ୍ନା କରି ନପାରି ଏଥିରୁଦୂରେଇ ଯିବା ଷଡଯନ୍ତ୍ରର ଏହା ଏକ ଅଙ୍ଗ ବୋଲି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକସମ୍ମିଳନୀରେ ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁସେଠୀ ଅଭିଯୋଗ କରି କହିଛନ୍ତି ଯେ, ବିଧାନସଭା ଆରମ୍ଭରୁ ବିରୋଧୀ ବିଜେପି ଜନ ଜମସ୍ୟାକୁ ନିରନ୍ତର ଭାବେ ଗୃହରେ ଉଠାଇ ଆସୁଥିଲା । ଯାଜପୁର ପିଇଓ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡମାମଲାରେ ଅପଦସ୍ତ ହେବା ଆଶଙ୍କାରେ ବିଜେଡି କଂଗ୍ରେସ ସହ ଷଡଯନ୍ତ୍ର କରି ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଆଲୋଚନା କରାଇ ଦେଇନଥିଲା । ମହିଳଆ ଓ ନାବାଳିକା ଦୁଷ୍କର୍ମ ମାମଲା ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସ୍ଥାନରେ ଦୋଷୀମାନଙ୍କୁ ଖସାଇ ଦିଆଯାଉଛି । ଅପରାଧୀମାନେ ଦଣ୍ଡ ପାଇବା ଦୂରର କଥା ସେମାନଙ୍କ ବିରୁଦ୍ଧରେ ଚାର୍ଜସିଟ ଦୋଖଲ ହୋଇପାରୁନାହିଁ । ଅନେକ ସ୍ୱଂୟ ସହାୟକ ଗୋଷ୍ଠୀ ସାହୁକାର ସାଜି ପଶ୍ଚିମ ଓଡିଶାରେ ଦାଦନ ସମସ୍ୟା ସୃଷ୍ଟିରେ ସହାୟକ ହେଲେଣି । ସେହିପରି ଧାନବିକ୍ରିକୁ ନେଇ ଟୋକନ ବ୍ୟବସ୍ଥା ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ କରାଯାଇଛି । ରାଜ୍ୟରେ ପିଆଜ ସମେତ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର ଦର ହୁ ହୁ ହୋଇ ବୃଦ୍ଧିପାଇବାରେ ଲାଗିଛି । ଫୋନି ଅର୍ଥ ରାଜ୍ୟସରକାର ଆତ୍ମସାତ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଘରନମିଳିବା, ଶାସକଦଳ ବିଧାୟକ ପ୍ରଦୀପ ମହାରଥୀ୧୦୦ କୋଟି ଏବଂ ପୂର୍ବତନ କଂଗ୍ରେସ ବିଧାୟକଯୁଧିଷ୍ଠୀର ସାମନ୍ତରାୟ ୩୦୦ କୋଟିରୁ ଉଦ୍ଧ୍ୱର୍ସରକାରୀ ଜମି ହଡପ କରିବା, ଆଳୁ ମିଶନରେ କୋଟି କୋଟି ଟଙ୍କା ହଡପ ହେବା, ବୁଲବୁଲ ବାତ୍ୟାକ୍ଷତିଗସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା, ବେସରକାରୀ ମେଡିକାଲରେ ରାଜ୍ୟସରକାର ନିୟନ୍ତ୍ରଣ ନରହିବାଆଦି ପ୍ରସଙ୍ଗ ସହ ଜିଲ୍ଲାଗୁଡିକର ସ୍ଥାନୀୟ ସମସ୍ୟାସଂପର୍କରେ ଆଲୋଚନା ହୋଇଥାନ୍ତା । ବିଜେଡି ଭାବୁଛି ପ୍ରସଙ୍ଗ ଆଧାରରେ ନୁହେଁ ବରଂ ଭୋଟର କୁ ମ୍ୟାନେଜ କରି ନିର୍ବାଚନ ଜିତାଯାଇପାରେ । ସେଥିଲାଗି ବିଜେଡି ପ୍ରସଙ୍ଗର ସାମ୍ନା ନକରି ବଦନାମହେବା ଭୟରେ ଲୋକଙ୍କ ସମସ୍ୟାଠାରୁ ଦୂରେଇଯାଉଛି । ରାଜ୍ୟ ସରକାଙ୍କ ସଂସ୍କୃତି ମନ୍ତ୍ରୀ ଯେଉଁ ଭଳି ଦୁଇଜଣ ମହିଳାଙ୍କ ସହ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ଯିବା ପରେ ରାଜ୍ୟ ସରକାର ପର୍ଯ୍ୟଟନ ମନ୍ତ୍ରୀଙ୍କୁ କ୍ଲିନଚିଟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗାମୀ ଦିନରେ ବିଜେପି ବିଧାନସଭାରେ ନହେଲେବି ରାଜରାସ୍ତାରେ ଲୋକଙ୍କ ସମସ୍ୟା ଉଙ୍ଖାଇ ଆନ୍ଦୋଳନ କରିବ । ଓଡ଼ିଶା ବାସୀଙ୍କ ଜୀବନକୁ ପ୍ରଭାବତି କରୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକୁ ନେଇ ସରକାରଙ୍କୁ ଉତର ମାଗିବ ବୋଲି ଶ୍ରୀ ସେଠୀ କହିଛନ୍ତି । କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଗସ୍ତ ଓ ବିକ୍ରମ ଆରୁଖଙ୍କ ସ୍ପଷ୍ଟୀକରଣ ନେଇ ବର୍ଷିଛନ୍ତି । କଳଙ୍କ ଲାଗିବା ଭୟରେ ବିଧାନସଭା ବନ୍ଦ କରି ଦିଆଯାଇଛି ବୋଲି ସେ କଡା ଶବ୍ଦରେ ସମାଲୋଚନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ରାସ୍ତା ଅବରୋଧ

କନ୍ଧମାଳ,୧୦/୧୨/୨୦୧୯(ଓଡ଼ିଶା ସମାଚାର)- ୨ ଜଣ ଦୁର୍ବୃତ ମୁହଁରେ ମୁଖା ପିନ୍ଧି ମୋଟର ସାଇକେଲ ରେ ଆସି ବାଲିଗୁଡ଼ା ଥାନା ଅନ୍ତର୍ଗତ …

Leave a Reply

Your email address will not be published. Required fields are marked *