Saturday , January 25 2020
Breaking News
Home / ବିଶେଷ / ଅଦିନିଆ ରଥଯାତ୍ରାକୁ ନେଇ ଜଗନ୍ନାଥ ସେନାର ଅଭିଯୋଗ

ଅଦିନିଆ ରଥଯାତ୍ରାକୁ ନେଇ ଜଗନ୍ନାଥ ସେନାର ଅଭିଯୋଗ

ପୁରୀ, ୦୮/୧୨/୨୦୧୯(ଓଡ଼ିଶା ସମାଚାର)- ଉତରପ୍ରଦେଶ ଗଜିଆବାଦରେ ଡିସେମ୍ବର ୨୯ରେ ଶ୍ରୀମଦ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟର ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନେଇ ଶ୍ରୀ ଜଗନ୍ନାଥ ସେନା ସିଂହଦ୍ୱାର ଥାନାରେ ଶୁକ୍ରବାର ଏତଲା ଦେଇଛି । ଏହି ଏତଲାରେ ଦର୍ଶାଯାଇଛି, ମହାପ୍ରଭୁଙ୍କ ରଥଯାତ୍ରା ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥିରେ ବିଶ୍ୱର ସବୁଆଡେ ପାଳନ କରାଯାଉଛି । ଏହି ଅଦିନିଆ ରଥଯାତ୍ରା ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସକୁ କୁଠାରଘାତ କରୁଛି । ହିନ୍ଦୁମାନଙ୍କର ଧର୍ମ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବା ପାଇଁ ଏକ ଯୋଜନା ଚାଲିଛି । ଖ୍ରୀଷ୍ଟିୟାନଙ୍କ ବଡଦିନ, ମୁସଲିମଙ୍କ ଇଦ୍ ଓ ମହରମ ଓ ଶିଖମାନଙ୍କର ଗୁରୁଙ୍କ ଜନ୍ମଦିନ କ’ଣ ଅନ୍ୟ ଦିନରେ ପାଳନ କରାଯାଉଛି ବୋଲି ଦର୍ଶାଇଛନ୍ତି । ଡିସେମ୍ବର ୨୫ରେ ବଡଦିନ ନପାଳି ୩୦ ତାରିଖରେ ପାଳନ କଲେ ଖ୍ରୀଷ୍ଟିଆନମାନେ ଖୁସି ହେବେ କି ବୋଲି ପ୍ରଶ୍ନ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ୧୨ ମାସରେ ତେର ଯାତ୍ରା । ନିର୍ଦ୍ଧିଷ୍ଟ ତିଥି ଅନୁସାରେ ସମସ୍ତ ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଅଦିନିଆ ରଥଯାତ୍ରା ବେଆଇନ ଓ ଧର୍ମବିରୋଧୀ । ଏହାକୁ ଆୟୋଜନ କରୁଥିବା

ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ୨୯୫, ୨୯୫ କ, ୨୯୬, ୨୯୭, ୨୯୮, ୩୪ ଓ ୧୨୦ (ଖ) ଦଫାରେ ମାମଲା ରୁଜ୍ଜୁ କରି ଗିରଫ କରିବା ପାଇଁ ସେନାର ଆବାହକ ପି୍ରୟଦର୍ଶନ

ପଟ୍ଟନାୟକ ଦାବି କରିଛନ୍ତି । ଏହା ସହ ସିଂହଦ୍ୱାର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *