Wednesday , November 20 2019
Breaking News
Home / ନିର୍ବାଚନ / ଅଣ୍ଢରା ଓ ଶ୍ରୀରାମପୁର ପଂଚାୟତ ଉପନିର୍ବାଚନ ; ୫ ପ୍ରାର୍ଥିପତ୍ର ଦାଖଲ

ଅଣ୍ଢରା ଓ ଶ୍ରୀରାମପୁର ପଂଚାୟତ ଉପନିର୍ବାଚନ ; ୫ ପ୍ରାର୍ଥିପତ୍ର ଦାଖଲ

ପଟ୍ଟାମୁଣ୍ଡାଇ,୦୬/୧୧/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ପଂଚାୟତ ସରପଂଚ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉପନିର୍ବାଚନରେ ସରପଂଚ ପଦବୀ ନିମନ୍ତେ ବର୍ତମାନର ନାଏବ ସରପଂଚ ରସ୍ମିତା ନାୟକ, ପୂର୍ବତନ ସମିତିସଭ୍ୟ ଅଭୟ ସ୍ୱାଇଁ, ନାରୀନେତ୍ରୀ ଅନ୍ନପୂର୍ଣ୍ଣା ମଲ୍ଲିକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅଶୋକ ମଲ୍ଲିକ ଓ ପ୍ରଭାକର ଜେନା ପ୍ରମୁଖ ୫ଜଣ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କ ସହିତ ଆସି ପଟ୍ଟାମୁଣ୍ଡାଇ ବ୍ଲକ ବିଡିଓ ପବିତ୍ର ମୋହନ କାନୁନଗୋଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଆସନ୍ତା ୪ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ଥିଲା ଓ ୭ ତାରିଖରେ ପ୍ରତ୍ୟାହାର କାର୍ଯ୍ୟସୂଚୀ ରହିଛି । ଆସନ୍ତା ୨୭ ତାରିଖରେ ଅଣ୍ଢରା ସରପଂଚ ପଦ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସୂଚନାଯୋଗ୍ୟ, ଅଣ୍ଢରା ପଚାଂୟତର ନିର୍ବାଚିତ ସରପଂଚ ଉପେନ୍ଦ୍ର ମଲ୍ଲିକଙ୍କ ୩ଟି ସନ୍ତାନ ଥିବାରୁ ଜିଲାପାଳଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବା ପରେ ନାଏବ ସରପଂଚ ଦୀର୍ଘଦିନ ଧରି ପଞ୍ଚାୟତ ଦାୟିତ୍ୱରେ ଥିଲେ । ଅଣ୍ଢରା ପଂଚାୟତର ଖାଲିପଡିଥିବା ସରପଂଚ ପଦବୀ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସେହିପରି ଶ୍ରୀରାମପୁର ପଂଚାୟତ ସମିତିସଭ୍ୟ ପଦବୀ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପଂଚାୟତର ନିର୍ବାଚିତ ସମିତିସଭ୍ୟା ପାଂଚାଳି ଦେଉରୀଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଅନସୂଚିର ଜନଜାତି ପାଇଁ ସଂରକ୍ଷିତ ଏହି ଆସନରେ କୌଣସି ଅନସୂଚିତ ଜନଜାତି ପ୍ରାର୍ଥୀ ମିଳୁନଥିବାରୁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ । ଓଡ଼ିଶା ସମାଚାର

About admin

Check Also

ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଅଭିଯୋଗ ଶୁଣାଣି

କେନ୍ଦ୍ରାପଡା ୧୯/୧୧/୨୦୧୯(ଓଡ଼ିଶା ସମାଚାର)-ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ୨୦୧୯-୨୦ଆର୍ଥିକ ବର୍ଷ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା …

Leave a Reply

Your email address will not be published. Required fields are marked *