Monday , December 16 2019
Breaking News
Home / ଶିକ୍ଷା / ଅଖିଳ ଭାରତ ଅବସରପ୍ରାପ୍ତ ବିଶ୍ୱ ବିଦ୍ୟାଳୟ ଓ କଲେଜ୍ ଶିକ୍ଷକ ସଂଘ ସମ୍ମିଳନୀ

ଅଖିଳ ଭାରତ ଅବସରପ୍ରାପ୍ତ ବିଶ୍ୱ ବିଦ୍ୟାଳୟ ଓ କଲେଜ୍ ଶିକ୍ଷକ ସଂଘ ସମ୍ମିଳନୀ

କେନ୍ଦ୍ରାପଡା ୦୧/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଖିଳ ଭାରତ ଅବସରପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘର ସମ୍ମିଳନୀ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ରାଜ୍ୟ ସଂପାଦକ ଅଧ୍ୟାପକ ଅଜୟ ସାମଲ ସଂଗଠନର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସଂପର୍କରେ ସୂଚନା ଦେଇଥିଲେ । କଲେଜର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଆଲୋକ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ରାଜ୍ୟ ସଭାପତି ବାଲ୍ମିକୀ ପଟ୍ଟନାୟକ, ସର୍ବଭାରତୀୟ ସଂପାଦକ ଡଃ. ଗୋପାଳ କୃଷ୍ଣ ନନ୍ଦ, ମନିନ୍ଦ୍ର ସାମଲ, ଡଃ. ଶାନ୍ତିଲତା ମିଶ୍ର, ଶିକ୍ଷକ ମହାସଂଘ ସଂପାଦକ ରବି ରାୟ, ଜିଲ୍ଲା କଲେଜ୍ ଶିକ୍ଷକ ସଂଘର ସଭାପତି ବୈକୁଣ୍ଠନାଥ ପରିଡା ପ୍ରମୁଖ ଅତିଥିଭାବେ ଯୋଗଦେଇ ବର୍ତମାନ ପରିପେକ୍ଷୀରେ ଉଚ୍ଚଶିକ୍ଷାରେ ସଂକଟ ଓ ଘରୋଇକରଣ ପ୍ରଭାବରେ ଦିଗହରା ହେଉଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ ଅବସରପ୍ରାପ୍ତ ଅଧ୍ୟାପକ ମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ପ୍ରତାପ ପତି ଶ୍ଲୋକ ଆବୃତି କରିଥିଲେ । ସର୍ବସମ୍ମତିକ୍ରମେ ସଭାପତି ଭାବେ ନାରଣ ପ୍ରସାଦ ଜେନା, ସଂପାଦକ ଗୋଲଖ ଚନ୍ଦ୍ର ମହାଭୋଇ, ଉପଦେଷ୍ଟା ନନ୍ଦ କିଶୋର ପରିଡା, ଅନିରୁଦ୍ଧ ରାଉଳ, ଡଃ. ବିନାୟକ ଦାଶ, ଦୁର୍ଯେ୍ୟାଧନ ପରିଡା, ଉପସଭାପତି ଦେବବ୍ରତ ପ୍ରଧାନ, ଦେବେନ୍ଦ୍ର ଖୁଂଟିଆ, ପ୍ରଭାକର ସାମଲ, ସୁରେନ୍ଦ୍ର ମିଶ୍ର, ଡଃ. ଜ୍ୟୋତିର୍ମୟୀ ମହାପାତ୍ର, ଯୁଗ୍ମ ସଂପାଦକ ସୁରେଶ ଚନ୍ଦ୍ର ମିଶ୍ର, ପ୍ରତାପ କୁମାର ମହାପାତ୍ର ଏବଂ କୋଷାଧ୍ୟକ୍ଷଭାବେ ସୂର୍ଯ୍ୟମଣୀ ପଣ୍ଡାକୁ ନିର୍ବାଚିତ କରାଯାଇଥିଲା । ଏହି ସମ୍ମିଳନୀକୁ ରଞ୍ଜିତ କୁମାର ଦାସ ଏବଂ ପ୍ରଭାକର ସାମଲ,ଗୋଲଖ ଚନ୍ଦ୍ର ମହାଭୋଇ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *